ବର୍ତ୍ତିଗଲା ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା

ଭୁବନେଶ୍ବର: ବାତ୍ୟା ଫନି ମାଡ଼ରେ ରାଜଧାନୀ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା‌ ବେଳେ ନିକଟରେ ଲାଗିଥିବା ଆଡାପ୍ଟିଭ୍ ଟ୍ରାଫିକ୍ ସିଗନାଲ୍‌ ବ୍ୟବସ୍ଥା ବାତ୍ୟା ପ୍ରକୋପରୁ ବର୍ତ୍ତିଯାଇଛି। ଏସମ୍ପର୍କରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ କୁହାଯାଇଛି ଯେ, ଘଣ୍ଟାପ୍ରତି ୧୭୦କିମିରୁ ଅଧିକ ବେଗରେ ପବନ ବହିଥିଲେ ହେଁ ଟ୍ରାଫିକ ସିଗନାଲ୍‌ ଖୁଣ୍ଟ ଗୁଡ଼ିକର ଡିଜାଇନ୍ ଏବଂ ଏହାକୁ ଲଗାଇବାର ଶୈଳୀ ଯୋଗୁଁ ଏହା କ୍ଷତିଗ୍ରସ୍ତ ହୋଇନି। ଖୁଣ୍ଟର ତଳେ ୧୬ଏମ୍‌ଏମ୍‌ର ପ୍ଲେଟ୍‌, ସାଇଡ୍‌ରେ ୮ଏମ୍‌ଏମ୍‌ର ପ୍ଲେଟ୍‌ ଲଗାଯାଇଥିଲା। ଯାହା ଖୁଣ୍ଟକୁ ଚାରିପଟୁ ବକ୍ସ ଭଳି ଆବଦ୍ଧ କରି ରଖିଥିଲା। ଖୁଣ୍ଟଗୁଡ଼ିକର ମୋଟେଇ ୫ଏମ୍‌ଏମ୍ ଥିଲା। ଏହାସହ ୧.୫ମିଟର ଗଭୀର ଏବଂ ୪୦୦ଏମ୍‌ଏମ୍‌ରେ ୪୦୦ଏମ୍‌ଏମ୍‌ କ୍ରସ୍‌ କରି ରଖାଯାଇଥିବାବେଳେ ୨୪ଏମ୍‌ଏମ୍‌ ଡାଏମିଟରର ୭୫୦ଏମ୍‌ଏମ୍‌ ଲମ୍ବା ନଟ୍‌ବୋଲ୍‌ଟଗୁଡ଼ିକୁ ଲଗାଯାଇଛି। ଯାହା ଖୁଣ୍ଟଗୁଡ଼ିକୁ ସୁଦୃଢ଼ କରିଛି।

ସମ୍ବନ୍ଧିତ ଖବର