ଦାୟିତ୍ବ ନେଲେ ଟ୍ରାଫିକ୍ ଡିସିପି ଏସ୍‌. ସୁଶ୍ରୀ

ମାୟାଧରଙ୍କୁ ଡିସିପି କ୍ରାଇମ୍‌

ଭୁବନେଶ୍ବର: ଦେଶର ସର୍ବକନିଷ୍ଠ ଆଇପିଏସ୍ କେରଳର ଏସ୍‌. ସୁଶ୍ରୀ ଆଜି କମିସନରେଟ୍ ପୁଲିସ୍‌‌ରେ ଟ୍ରାଫିକ୍ ଡିସିପି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କାର୍ଯ୍ୟରତ ଟ୍ରାଫିକ୍‌ ଡିସିପି ମାୟାଧର ସେଠୀ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ଏସ୍‌. ସୁଶ୍ରୀ ଭୁବନେଶ୍ବରର ଟ୍ରାଫିକ୍ ଥାନା ବୁଲି ଦେଖିଥିଲେ। ସେ ନୂଆ କରି ଓଡ଼ିଶା ଆସିଥିବାରୁ ଭୁବନେଶ୍ବର ଓ କଟକର ଟ୍ରାଫିକ୍ ସମସ୍ୟା ବାବଦରେ ଅବଗତ ହେବା ତଥା ତାହାର ସମାଧାନ କରିବା ତାଙ୍କ ପାଇଁ ମୁଖ୍ୟ ଆହ୍ବାନ ବୋଲି ସେ କହିଛନ୍ତି।

ଅପରପକ୍ଷରେ ମାୟାଧର ସେଠୀ ଡିସିପି (କ୍ରାଇମ୍) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ନିଶା ନିୟନ୍ତ୍ରଣ, ସଂଗଠିତ ଅପରାଧ ଓ ସାଇବର ଅପରାଧ ସମେତ ବିଭିନ୍ନ ପ୍ରକାରର ଠକେଇ ଉପରେ ଗୁରୁତ୍ବ ଦିଆଯିବ। ବିଶେଷକରି ସାଇବର ଅପରାଧର ତଦନ୍ତ ପାଇଁ ୨ଜଣ ଲେଖାଏଁ ସାଇବର, ଆଇଟି ଏବଂ ଅର୍ଥନୈତିକ ବିଶେଷଜ୍ଞ ନିଯୁକ୍ତ କରାଯିବ। ଏହାଦ୍ବାରା ସାଇବର୍‌ ବ୍ୟତୀତ ଜମି ହଡ଼ପ ତଥା ଅନ୍ୟାନ୍ୟ ଠକେଇ ମାମଲା ଉପରେ ମଧ୍ୟ ତଦନ୍ତ କରାଯାଇପାରିବ। ସେହିଭଳି ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ସ୍ବତନ୍ତ୍ର ଯୋଜନା ଆପଣାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର