ଭୁବନେଶ୍ୱର: ଚଳଚ୍ଚିତ୍ର ‘ଜୀବନଦାନ’ର ଟ୍ରେଲର ଲଞ୍ଚ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରଟି ଲେଖକ ରାଧାମୋହନ ମହାପାତ୍ରଙ୍କ ଉପନ୍ୟାସ ‘ପୃଷ୍ଠାଏ ପ୍ରଣିପାତ’ରୁ ଏହା ଉଦ୍ଧୃତ। ଚଳଚ୍ଚିତ୍ରରେ ଜଣେ ସରକାରୀ କର୍ମଚାରୀ କିଭଳି ବିପଦର ସମ୍ମୁଖୀନ ହୋଇ ମଧ୍ୟ ନିଜ କାର୍ଯ୍ୟରେ କେବେ ସାଲିସ କରିନାହିଁ ତାହା ବର୍ଣ୍ଣନା କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ, ବିଜେବି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଝୁମକି ରଥ, ମହାବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ବିଭାବରୀ ବଳ, ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ରବୀନ୍ଦ୍ର ଗରଦା, ଲେଖକ ରାଧାମୋହନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସୌରଭ ସରକାର ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସମାପିକା ମହାପାତ୍ର। ଏଥିରେ ପ୍ରମୁଖ ଭୂମିକାରେ ଦୀପେଶ ସାମନ୍ତରାୟ, ଶ୍ୱେତାଶ୍ରୀ ପାଢ଼ୀ, ତରଣଜିତ ଖନ୍ନା, ରାଖି ଦାସ, ସୁବାସ ପାତ୍ର, ସତ୍ୟନାରାୟଣ ସାହୁ, ରାଜେଶ ଅଗ୍ରଵାଲ, ଚନ୍ଦନ ରଥ, ସୌମ୍ୟ ପ୍ରକାଶ ନାୟକ, ସୁନିଲ ପଢ଼ିଆରି, ପ୍ରଦୀପ ତ୍ରିପାଠୀ, ସୁଶାନ୍ତ ଶତପଥୀ ପ୍ରମୁଖ ଅଭିନୟ କରିଛନ୍ତି।
ଚଳଚ୍ଚିତ୍ର ‘ଜୀବନଦାନ’ର ଟ୍ରେଲର ଲଞ୍ଚ୍
ଚଳଚ୍ଚିତ୍ର ‘ଜୀବନଦାନ’ର ଟ୍ରେଲର ଲଞ୍ଚ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରଟି ଲେଖକ ରାଧାମୋହନ ମହାପାତ୍ରଙ୍କ ଉପନ୍ୟାସ ‘ପୃଷ୍ଠାଏ ପ୍ରଣିପାତ’ରୁ ଏହା ଉଦ୍ଧୃତ।
/sambad/media/media_files/2025/10/11/untitled-12-2025-10-11-07-29-07.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)