ଟ୍ରେନ୍‌ ଧକ୍କାରେ ବୃଦ୍ଧ ମୃତ

ଭୁବନେଶ୍ୱର: ସ୍ଥାନୀୟ ପୂର୍ଣ୍ଣମାଗେଟ୍‌ ଛକ ନିକଟ ରେଳ ଲାଇନ୍‌ରୁ ଜଣେ ବୃଦ୍ଧଙ୍କ ଶବ ଉଦ୍ଧାର ହୋଇଛି। ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ବୃଦ୍ଧ ଜଣଙ୍କ ଟ୍ରେନ୍‌ ଲାଇନ୍‌ ପାର ହେଉଥିବାବେଳେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ଏୟାରପୋର୍ଟ ଥାନା ଅଧୀନ ପଳାସପଲ୍ଲୀ ଲେନ୍‌ ୯ରେ ରହୁଥିବା ବାଉରି ସାହୁ(୬୫)। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଜିଆର୍‌ପି ପୁଲିସ ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର