ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର: ମୁଗଲସରାଇ ରେଳ ମଣ୍ଡଳ ଅନ୍ତର୍ଗତ ସୋନନଗର ରେଳଷ୍ଟେସନଠାରେ ରେଲ ଓ ସାଙ୍କେତିକ ପ୍ରଣାଳୀ ସଂଯୋଗ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଚଳିତ ମାସ ତୃତୀୟ ଓ ଚତୁର୍ଥ ସପ୍ତାହ ମଧ୍ୟରେ ପୂର୍ବତଟ ରେଳପଥ ମଧ୍ୟରୁ ଛାଡୁଥିବା କେତେକ ଟ୍ରେନ୍‌ ସାମୟିକ ବାତିଲ ଓ ଦିଗ ପରିବର୍ତନ କରାଯାଇଛି। ବାତିଲ ହେଉଥିବା ଟ୍ରେନ୍‌ ମଧ୍ୟରେ ସମ୍ବଲପୁର-ବାରଣାସୀ-ସମ୍ବଲପୁର ଦ୍ବି-ସାପ୍ତାହିକ ଏକ୍ସପ୍ରେସ(୧୮୩୨୧/୧୮୩୨୨) ସମ୍ବଲପୁରରୁ ଚଳିତ ମାସ ୧୬ ତାରିଖରୁ ୨୭ ତାରିଖ ମଧ୍ୟରେ ଓ ବାରଣାସୀରୁ ୧୪ ତାରିଖରୁ ୨୪ ତାରିଖ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ପୁରୀ-ଆନନ୍ଦ ବିହାର ଟର୍ମିନ୍‌ସ-ପୁରୀ ନୀଳାଚଳ ଏକ୍ସପ୍ରେସ(୧୨୮୭୫/୧୨୮୭୬) ପୁରୀଠାରୁ ଜାନୁଆରି ୧୮, ୨୦, ୨୨ ଓ ୨୫ ଓ ଆନନ୍ଦ ବିହାରଠାରୁ ୧୮, ୨୦, ୨୨ ଓ ୨୭ ତାରିଖ ଦିନ ବାତିଲ ରହିବ। ପୁରୀ-ଆନନ୍ଦ ବିହାର ଟର୍ମିନ୍‌ସ-ପୁରୀ ନନ୍ଦନକାନନ ଏକ୍ସପ୍ରେସ(୧୨୮୧୫/୧୨୮୧୬) ପୁରୀଠାରୁ ଏହି ମାସ ୧୬ ଓ ୨୩ ତାରିଖ ଏବଂ ଆନନ୍ଦ ବିହାରଠାରୁ ୨୪ ତାରିଖ ଦିନ ବାତିଲ ରହିବ। ଦିଗ ପରିବର୍ତନ ହେଉଥିବା ଟ୍ରେନ୍‌ ମଧ୍ୟରେ ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ(୧୨୮୦୧/୧୨୮୦୨) ଉଭୟ ଦିଗରୁ ଜାନୁଆରି ୧୬ରୁ ୨୬ ତାରିଖ ମଧ୍ୟରେ ଏହାର ନିର୍ଧାରିତ ମାର୍ଗ ଗୋମୋ-ଗୟା-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଷ୍ଟେସନ ପରିବର୍ତ୍ତେ ଦିଗ ପରିବର୍ତିତ ହୋଇ ମୁରି-ବର୍କାକାନା-ଗଡ଼ୱା ଓ ଚୁନାର ଷ୍ଟେସନ୍‌ ମାର୍ଗ ଦେଇ ଚଳାଚଳ କରିବ। ପୁରୀ-ଆନନ୍ଦ ବିହାର ଟର୍ମିନ୍‌ସ -ପୁରୀ ନନ୍ଦନକାନନ ଏକ୍ସପ୍ରେସ(୧୨୮୧୫/୧୨୮୧୬) ପୁରୀଠାରୁ ଚଳିତ ମାସ ୧୭, ୧୯, ୨୧, ୨୪, ୨୬ ତାରିଖ ଓ ଆନନ୍ଦ ବିହାରଠାରୁ ୧୭, ୧୯, ୨୧, ୨୩, ୨୬ ତାରିଖ ଦିନ ଏହାର ନିର୍ଧାରିତ ମାର୍ଗ ଗୋମୋ-ଗୟା-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଷ୍ଟେସନ୍‌ ପରିବର୍ତ୍ତେ ଦିଗ ପରିବର୍ତିତ ହୋଇ ମୁରି-ବର୍କାକାନା-ଗଡୱା ଓ ଚୁନାର ଷ୍ଟେସନ ଦେଇ ଚଳାଚଳ କରିବ।

ସମ୍ବନ୍ଧିତ ଖବର