ଚନ୍ଦ୍ରଶେଖରପୁର: ଆଜି ସକାଳ ପ୍ରାୟ ସାଢ଼େ ଦଶଟା ବେଳେ ମଞ୍ଚେଶ୍ୱର ଷ୍ଟେସନ୍ ନିକଟରେ ହଠାତ୍ ଟ୍ରେନ୍ ସିଗନାଲ୍ କାମ ନଦେବାରୁ ଶତାଧିକ ଟ୍ରେନ୍ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଫଳରେ ମଞ୍ଚେଶ୍ୱର ଷ୍ଟେସନ୍ରେ ପ୍ରାୟ ୮/୯ଟି ଟ୍ରେନ୍ କିଛି ସମୟ ପାଇଁ ଅଟକି ରହିଥିଲା। ଷ୍ଟେସନ୍ରୁ ଉଭୟ ପାଖ ପ୍ରବେଶ ସିଗନାଲ୍ ଅକାମି ହୋଇଯିବା ଫଳରେ ଭୁବନେଶ୍ୱରରୁ ମଞ୍ଚେଶ୍ୱର ପ୍ରତିଟି ଗାଡ଼ି ପହଞ୍ଚିବା ପାଇଁ ୧ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଠିକ୍ ସେହିଭଳି ସମାନ ପରିସ୍ଥିତି ଦେଖାଯାଇଥିଲା ବାରଙ୍ଗ ଦିଗରେ। ଯାହାନେଇ ରେଳ ବିଭାଗ ପକ୍ଷରୁ ଟେକ୍ନିକାଲ୍ ଦଳ ଖୋର୍ଦ୍ଧାରୋଡ୍ରୁ ଡକାଯାଇଥିଲା। ପ୍ରାୟ ୩ଘଣ୍ଟା ପରେ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା। ଏଥିମଧ୍ୟରେ କିଛି ରେଳବାଇ କର୍ମଚାରୀ ଷ୍ଟେସନ୍ର ଉଭୟ ପାଖ ବିଭିନ୍ନ ସିଗନାଲ୍ ମାଇଲ୍ ଖୁଣ୍ଟ ନିକଟରେ ପତାକା ଧରି ଟ୍ରେନ୍କୁ ପାସ୍ କରିଥିଲେ। ଅପରପକ୍ଷରେ ଷ୍ଟେସନ୍ରେ ଅଟକିରହିଥିବା ଯାତ୍ରୀମାନେ ଷ୍ଟେସନ୍ରୁ ବିଭିନ୍ନ ଜାନବାହାନ ଭଡ଼ାକରି ଚାଲିଯାଇଥିବା ଦେଖାଯାଇଥିଲା।
ସିଗନାଲ୍ ଫେଲ୍ ଯୋଗୁଁ ଟ୍ରେନ୍ ଯାତ୍ରୀ ହନ୍ତସନ୍ତ
/sambad/media/post_attachments/wp-content/uploads/2018/03/Mancheswar-Staction.jpg)