ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ୍ ଟିକେଟ୍‌ ସେବା ସ୍ଥଗିତ

ଭୁବନେଶ୍ବର: ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ୍ ଟିକେଟ୍‌ (ୟୁଟିଏସ୍) ସେବା ଆଜିଠୁ ଆରମ୍ଭ ହେବାକୁ ଥିଲେ ହେଁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ପରଲୋକ ଯୋଗୁଁ କେନ୍ଦ୍ର ସରକାରଙ୍କ ବହୁ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାତିଲ୍‌ କରାଯାଇଥିବା ବେଳେ ଆଜି ଉଦ୍‌ଘାଟନ ହେବାକୁ ୟୁଟିଏସ୍‌ ସେବାକୁ ସ୍ଥଗିତ ରଖାଯାଇଛି। ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ‌ ରେଳ ସଦନରେ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ୍ ଟିକେଟ୍‌ ସେବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବାର ଥିଲା। କିନ୍ତୁ ଜେଟ୍‌ଲିଙ୍କ ପରଲୋକ ଖବର ମିଳିବା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। କିଛି ଦିନ ପରେ ଏହି ସେବା ଆରମ୍ଭ ହେବ ବୋଲି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଜୁନାଗଡ଼ ରୋଡ୍‌-ଭୁବନେଶ୍ବର ମଧ୍ୟରେ ରେଳ ଚଳାଚଳ ଆରମ୍ଭକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ ଉଦ୍‌ଘାଟନ କରିବାର ଥିଲେ ହେଁ ଏହି କାର୍ଯ୍ୟକ୍ରମକୁ ବି ବାତିଲ୍‌ କରାଯାଇଛି। ଜୁନାଗଡ଼ରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର