ଭୁବନେଶ୍ୱର: ଚାଇଲ୍‌ଡ ଫଣ୍ଡ ପକ୍ଷରୁ ସହରର ୧୩ଟି ବସ୍ତିରେ କାମ କରୁଥିବା ମହିଳା ଆରୋଗ୍ୟ ସମିତି ସଦସ୍ୟମାନଙ୍କୁ ନେଇ ନୀଳାଦ୍ରିବିହାର ୟୁପିଏଚସି ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଆଶାକର୍ମୀ ଓ ଏଏନ୍ଏମ୍ ମଧ୍ୟ ସାମିଲ ହୋଇଥିଲେ।

Advertisment

ଏହି ଅବସରରେ ନ୍ୟାସନାଲ୍ ହେଲ୍‌ଥ ମିସନର ଜିଲ୍ଲା ପ୍ରଶିକ୍ଷକ ନିବେଦିତା ଜେନା ଯୋଗଦେଇ ମହିଳା ଆରୋଗ୍ୟ ସମିତିର ଦାୟିତ୍ୱ ଓ କର୍ତ୍ତବ୍ୟ ସମେତ ମହିଳାମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ସୁରକ୍ଷା ଯୋଜନା, ପ୍ରାଥମିକ ସ୍ୱାସ୍ଥ୍ୟସେବା, ପରିମଳ ପରିଚ୍ଛନ୍ନତା ଓ ଆବର୍ଜନା ପରିଚାଳନା ସଂପର୍କରେ ତାଲିମ ଦେଇଥିଲେ। ଶିବିରରେ ଓଡ଼ିଶା ଭଲୁଣ୍ଟାରି ଆସୋସିଏସନ୍‌ର କ୍ଷମାକର ସ୍ୱାଇଁ ଯୋଗ ଦେଇଥିଲେ। ଚାଇଲ୍‌ଡ ଫଣ୍ଡ ପକ୍ଷରୁ ପ୍ରଜ୍ଞା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପଦ୍ମାବତୀ ମହାନ୍ତି, ସ୍ୱପ୍ନା ନାୟକ, ରଙ୍ଗବତୀ ସିଂହ, ପ୍ରିୟଙ୍କା ମହାରଣା ପ୍ରମୁଖ ସହଯୋଗ କରିଥିଲେ।