ଏମ୍‌ସରେ ୩-ଡି ଲାପାରୋସ୍କୋପିକ୍ ପ୍ରକ୍ରିୟା ସମ୍ପର୍କିତ ପ୍ରଶିକ୍ଷଣ

ଭୁବନେଶ୍ବର: ଲାପାରୋସ୍କୋପିକ୍ ୟୁରୋଲୋଜି ସମ୍ପର୍କରେ ଅଧିକ ଜାଣିବା ଏବଂ ଏହାର ବିଭିନ୍ନ ଦିଗ ଉପରେ ଅତ୍ୟାଧୁନିକ ଗବେଷଣାଲବ୍ଧ ତଥ୍ୟ ସମ୍ପର୍କରେ ଅବଗତ ହେବା ନିମନ୍ତେ ଏମ୍‌ସ ଭୁବନେଶ୍ୱରର ୟୁରୋଲୋଜି ବିଭାଗ ପକ୍ଷରୁ ଉନ୍ନତ ୩-ଡି ଲାପାରୋସ୍କୋପିକ୍ ୟୁରୋଲୋଜି ପ୍ରକ୍ରିୟା ସମ୍ପର୍କିତ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଦେଶର ଖ୍ୟାତିସଂପନ୍ନ ଅନୁଷ୍ଠାନଗୁଡ଼ିକରୁ ଚିକିତ୍ସକ, ଗବେଷକ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଏମ୍‌ସ ୟୁରୋଲୋଜି ବିଭାଗ ଅଧ୍ୟାପକମାନଙ୍କ ଦ୍ୱାରା ବିଭିନ୍ନ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଜଟିଳ ରୋଗରେ ଆକ୍ରାନ୍ତ ରୋଗୀମାନେ କିପରି ସ୍ବଳ୍ପ ସମୟ ମଧ୍ୟରେ ସହଜରେ ଆରୋଗ୍ୟ ଲାଭ କରିପାରିବେ, ସେ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ୟୁରୋଲୋଜି ବିଭାଗ ମୁଖ୍ୟ ଡା. ପ୍ରଶାନ୍ତ ନାୟକ କହିଛନ୍ତି।

ଏହି ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ତଥା ଦେଶର ୩୦ ବିଶିଷ୍ଟ ଡାକ୍ତର ଏବଂ ବିଦ୍ୟାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ୟୁରୋଲୋଜି ବିଭାଗର ଡା. ପ୍ରଶାନ୍ତ ନାୟକ, ଡା. ମନୋଜ ଦାସ ଏବଂ ଡା. ସ୍ୱର୍ଣ୍ଣେନ୍ଦୁ ମଣ୍ଡଳ ଏହି ଚିକିତ୍ସା କରିଥିଲେ। ଡ. ଭାସ୍କର ରାଓ, ଡ. ନିତାଶା ରୟଙ୍କୁ ନେଇ ଗଠିତ ନିଶ୍ଚେତକ ଟିମ୍ ସହ ନର୍ସ ଏବଂ ବୈଷୟିକ କର୍ମଚାରୀମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର