ଟୋଷ୍ଟମାଷ୍ଟର୍ସ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ଟୋଷ୍ଟମାଷ୍ଟର୍ସ କ୍ଲବ୍‌ର ଡିଭିଜନରେ ଥିବା ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ପାଇଁ ଡିଭିଜନ୍‌ ଆଇ ଟୋଷ୍ଟମାଷ୍ଟର୍ସ ନେତୃତ୍ବ ବିକାଶ ପ୍ରତିଷ୍ଠାନ ପକ୍ଷରୁ ଇ‌ନଫୋସିସ୍ ଏସ୍‌ଟିପିଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଯାଇଛି। ଓଡ଼ିଶା, ଝାଡ଼ଖଣ୍ଡ ଏବଂ ବିହାର ଟୋଷ୍ଟମାଷ୍ଟର୍ସ କ୍ଲବ୍ ପକ୍ଷରୁ ଆୟୋଜିତ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଟୋଷ୍ଟମାଷ୍ଟର୍ସ ଓ ନୂଆ ସଦସ୍ୟମାନେ ଯୋଗଦେଇଥିଲେ। ଏଥିରେ ଟାଟା ଷ୍ଟିଲର କର୍ମଚାରୀ ତଥା ଟୋଷ୍ଟମାଷ୍ଟର୍ସ ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ଡିଭିଜନ ନିର୍ଦ୍ଦେଶକ ଅଭିଷେକ ଦାସ, ପ୍ରତିଷ୍ଠିତ ଟୋଷ୍ଟମାଷ୍ଟର୍ସ କୌଶିକ ଭଟ୍ଟାଚାର୍ଯ୍ୟ, ତରୁଣ ଭାର୍ଗବ ପ୍ରମୁଖ ଦକ୍ଷତା ବିକାଶ ଉପରେ ଆଲୋକପାତ କରିଥିଲେ। ଟୋଷ୍ଟମାଷ୍ଟର୍ସ କ୍ଲବରେ ଉଲ୍ଲେଖନୀୟ ଯୋଗଦାନ ରଖିଥିବା ଓ ନେତୃତତ୍ବ ଦକ୍ଷତା ପରିପ୍ରକାଶ କରିଥିବା ଟୋ‌ଷ୍ଟମାଷ୍ଟର୍ସମାନଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର