ଚନ୍ଦ୍ରଶେଖରପୁର : ପୂର୍ବତଟ ରେଳପଥର ଖୋର୍ଧା ରୋଡ୍ ଡିଭିଜନ୍ ଅଧୀନରେ ଥିବା ନିର୍ଗୁଣ୍ଡି ରେଳ ଷ୍ଟେସନ୍ରେ ସୁରକ୍ଷା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ଆସନ୍ତା ୨୦ରୁ ୨୬ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ୍ର ଗତିପଥ ପରିବର୍ତ୍ତନ ହେବା ସହ କିଛି ଟ୍ରେନ୍ ବାତିଲ୍ କରାଯିବ। ପୁରୀ-ରାଉରକେଲା ପାସେଞ୍ଜର୍କୁ ଆସନ୍ତା ୨୧ରୁ ୨୬ତାରିଖ, ୬ ଦିନ ପାଇଁ ବାତିଲ କରାଯାଇଥିବା ସୂଚନା ମିଳିଛି। ସେହିପରି ରାଉରକେଲା-ପୁରୀ, କଟକ-ଭଦ୍ରକ, ଭଦ୍ରକ-କଟକ, ରାଉରକେଲା-ପୁରୀ ଆଦି ୫ଟି ଟ୍ରେନ୍କୁ ଆସନ୍ତା ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ବ୍ରହ୍ମପୁର-କଟକ ପାସେଞ୍ଜର୍ ଟ୍ରେନ୍ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ମଞ୍ଚେଶ୍ୱର ଷ୍ଟେସନ୍ରେ ସାମୟିକ ଭାବରେ ରହଣି କରି ସେଠାରୁ ପୁରୀ ଯାତ୍ରା କରିବ। ସେହିପରି ବର୍ତ୍ତମାନ କପିଳାସ ରୋଡ୍- ନିର୍ଗୁଣ୍ଡି-କଟକ ଦେଇ ଯାତାୟାତ କରୁଥିବା ଟ୍ରେନ୍ଗୁଡ଼ିକ ନିର୍ଧାରିତ ଗତିପଥରେ ନ ଯାଇ ସପ୍ତାହେ ପର୍ଯ୍ୟନ୍ତ କପିଳାସ ରୋଡ୍-ସାଲେଗାଓଁ-ନରାଜ-ମାର୍ଥାପୁର-ବାରଙ୍ଗ ଦେଇ ଯିବ। ପରିବର୍ତ୍ତନ ହୋଇଥିବା ଟ୍ରେନ୍ଗୁଡ଼ିକ କଟକ ଷ୍ଟେସନ ପରିବର୍ତ୍ତେ କପିଳାସ ରୋଡ୍ରେ ରହିବ। କଟକ ଷ୍ଟେସନରୁ ଯାତ୍ରୀମାନଙ୍କୁ କପିଳାସ ରୋଡ୍ ପର୍ଯ୍ୟନ୍ତ ଯିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମାଗଣା ପରିବହନ ବ୍ୟବସ୍ଥା ଯୋଗାଇ ଦିଆଯିବା ନେଇ ଯାତ୍ରୀମାନଙ୍କୁ ଅବଗତ କରାଯାଇଛି।
ସପ୍ତାହେ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ
ନିର୍ଗୁଣ୍ଡି ଷ୍ଟେସନ୍ରେ ସୁରକ୍ଷା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ
/sambad/media/post_attachments/wp-content/uploads/2017/11/train-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)