କଳିଙ୍ଗ ଷ୍ଟୁଡିଓରେ ଜଳିଗଲା ଟ୍ରାନ୍ସଫର୍ମର

ଭୁବନେଶ୍ବର : ବୁଧବାର ଦିନ ପ୍ରାୟ ୧୨ଟା ବେଳେ ‘କଳିଙ୍ଗ ଷ୍ଟୁଡିଓ’ରେ ନିଆଁ ଲାଗି ଏକ ଟ୍ରାନ୍ସଫର୍ମର ଜଳିଯାଇଛି। ଏହା ସହିତ ଟ୍ରାନ୍ସଫର୍ମରକୁ ଲାଗିଥିବା କିଛି ଗଛ ମଧ୍ୟ ଜଳିଯାଇଛି। ତେବେ ଟ୍ରାନ୍ସଫର୍ମରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲେ ବି ଅଗ୍ନିକାଣ୍ଡରେ ଷ୍ଟୁଡିଓର ବିଶେଷ କିଛି କ୍ଷତି ହୋଇନାହିଁ। ଗତ କିଛି ଦିନ ହେଲା ଟ୍ରାନ୍ସଫର୍ମରଟି ଅଚଳ ହୋଇଯାଇଥିଲା। ସମୟେ ସମୟେ ସେଥିରୁ ସ୍ପାର୍କିଂ ହୋଇ ନିଆଁ ବାହାରୁଥିଲା। ବୁଧବାର ମଧ୍ୟାହ୍ନ ବେଳକୁ ଆଜି ହଠାତ୍ ଜୋର୍‌ରେ ନିଆଁ ଧରି ଏହା ଜଳିଥିଲା। ଷ୍ଟୁଡିଓର କର୍ମଚାରୀ ଖବର ଦେବା ପରେ ଅଗ୍ନିଶମ ବାହିନୀ କର୍ମଚାରୀ ଆସି ନିଆଁ ଲିଭାଇଥିଲେ।

ସମ୍ବନ୍ଧିତ ଖବର