କିନ୍ନରଙ୍କ ପାଇଁ ରାଜନୀତିରେ ସ୍ଥାନ ସଂରକ୍ଷଣ ଦାବି

ଭୁବନେଶ୍ୱର : କିନ୍ନରମାନଙ୍କ ପାଇଁ ରାଜ୍ୟସଭା, ଲୋକସଭା, କର୍ପୋରେସନ, ମ୍ୟୁନିସିପାଲଟି ଓ ଏନ୍‌ଏସିରେ ପାଞ୍ଚ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଉ ବୋଲି ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏନେଇ କେହି ଦୃଷ୍ଟି ଦେଉନଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଆଗକୁ କର୍ପୋରେସନ୍‌, ମ୍ୟୁନିସିପାଲଟି ଓ ଏନ୍‌ଏସି ନିର୍ବାଚନ ଆସୁଥିବାରୁ ଏହା ପୂର୍ବରୁ କିନ୍ନରମାନଙ୍କ ପାଇଁ ସ୍ଥାନ ସଂରକ୍ଷିତ କରିବା ବିଷୟ ନେଇ ନେହେରୁ ଯୁବ ପ୍ରତିଷ୍ଠାନଠାରେ ଟ୍ରଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା। ଏଥିରେ ଛତିଶଗଡ଼ ରାୟଗଡ଼ା ମହାନଗର ନିଗମର ମେୟର ମଧୁ କିନ୍ନର ଯୋଗ ଦେଇ କିନ୍ନରମାନେ ସମସ୍ତଙ୍କଠାରୁ ଭଲ କାମ କରିପାରିବା ସହ ଦୁର୍ନୀତିମୁକ୍ତ ରାଜନେତା ହୋଇପାରିବେ ବୋଲି ମନ୍ତବ୍ୟ ରଖିଥିଲେ। ମହାସଂଘର ସଭାପତି ପ୍ରତାପ କୁମାର ସାହୁ ଏହି ସମ୍ମିଳନୀରେ ଯୋଗ ଦେଇ ୧୫ ଦିନ ମଧ୍ୟରେ ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ନବୀନ ନିବାସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏହି ଅବସରରେ ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନର ଓ ବ୍ରାଇଟ୍‌ ଲାଇଟ୍‌ ଚାରିଟେବୁଲ୍‌ ଟ୍ରଷ୍ଟର ସୁଇଟି କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର