ଭୁବନେଶ୍ୱର : କିନ୍ନରମାନଙ୍କ ଅଧିକାର ନେଇ ଆଜି ଟିଜି ସୁରକ୍ଷା ଟ୍ରଷ୍ଟ, ବ୍ରାଇଟ୍ ଲାଇଫ୍ ଓ୍ଵଲଫେୟାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନାଲ୍ସ ଜଜ୍ମେଣ୍ଟ ଜରିଆରେ ସୁପ୍ରିମକୋର୍ଟ ଜାନୁଆରି ୧୫ରୁ ୧୭ ତିନିଦିନ ଧରି କିନ୍ନରମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାକୁ ରାଜ୍ୟକୁ ନିର୍ଦେଶ ଦେଇଥିଲେ। ଏନେଇ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା କିନ୍ନରମାନଙ୍କୁ ନେଇ ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ କିନ୍ନରଙ୍କ ଅଧିକାର ସମ୍ପର୍କରେ ସଚେତନ କରାଯାଇଛି। ଏଥି ସହିତ ମେନକା ପରିଡ଼ାଙ୍କ ସମେତ ୬ ଜଣ କିନ୍ନରଙ୍କୁ ପାରାଲିଗାଲ ଭଲ୍ୟୁଣ୍ଟର ଭାବେ ସାମିଲ କରାଯାଇଛି। ଆଜିର ସଚେତନତା କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ମେନକା ପରିଡ଼ାଙ୍କ ସମେତ, କିନ୍ନର ବବି, ଗୁଡ୍ଲି, ରିନା, ପ୍ରିୟା, ସୋନାଲି, କଣ୍ଢେଇ, ପାୟଲ, ପିଙ୍କି, ମମତା ପ୍ରମୁଖ ସାମିଲ ହୋଇଥିଲେ। ସେମାନେ ‘ଆମ ଅଧିକାର ଆମକୁ ଦିଅ’, ‘ଆମକୁ ଘୃଣା କରିବା ଚଳିବ ନାହିଁ’ ଆଦି ସ୍ଲୋଗାନ ଦେଇଥିଲେ।
କିନ୍ନରଙ୍କ ସଚେତନତା ଶୋଭାଯାତ୍ରା
/sambad/media/post_attachments/wp-content/uploads/2018/01/kinner-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)