ଭୁବନେଶ୍ବର : ଫ୍ଲାଏଓଭର୍ ପାଇଁ ଅନାବନା ଗଛ ବିପଦ ସାଜିଥିବା ଖବର ଆଜି ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଆଇ) କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବରମୁଣ୍ଡା ଫ୍ଲାଏଓଭର୍ରେ ଉଠିଥିବା ଓ ବ୍ରିଜ୍କୁ ମାଡ଼ି ଆସିଥିବା ଗଛର ଶାଖା ପ୍ରଶାଖାକୁ କାଟି ସଫା କରାଯାଇଛି। ଆଗାମୀ ଦିନରେ ସହର ଦେଇ ଯାଇଥିବା ଅନ୍ୟ ଫ୍ଲାଏଓଭର୍ଗୁଡ଼ିକରୁ ମଧ୍ୟ ଅନାବନା ଗଛ କଟାଯିବ ବୋଲି ଏନ୍ଏଚ୍ଆଇ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ବରମୁଣ୍ଡାରୁ ରସୁଲଗଡ଼ ପର୍ଯ୍ୟନ୍ତ ଏନ୍ଏଚ୍ଏଆଇର ସବୁ ଫ୍ଲାଏଓଭର୍ରେ ବର ଓ ଓସ୍ତ ଗଛ ମାଡ଼ି ଯାଇଛି। ଏବେଠାରୁ ଏହାକୁ ସମୂଳେ ନାଶ ନ କଲେ ଆଗାମୀ ଦିନରେ ଏହା ବ୍ରିଜ୍ ପାଇଁ ବିପଦ ସୃଷ୍ଟି କରିବ ବୋଲି କୁହାଯାଉଛି।
ବରମୁଣ୍ଡା ଫ୍ଲାଏଓଭର୍ରୁ କଟିଲା ଗଛ
/sambad/media/post_attachments/wp-content/uploads/2021/05/suraj-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)