ଭୁବନେଶ୍ୱର: କପିଳ ପ୍ରସାଦ ଉଚ୍ଚ ବିଦ୍ୟାଳୟର ଆଲୁମ୍ନି ଆସୋସିଏସନ୍ ତରଫରୁ ଗତକାଲି ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ପୁରାତନ ଏବଂ ବର୍ତମାନର ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀମାନେ ଯୋଗଦେଇ ବିଭିନ୍ନ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ଆସୋସିଏସନ୍ର ସଭାପତି ମଦନ ମୋହନ ସାମନ୍ତରାୟ, ସଂପାଦକ ବିଶ୍ୱଜିତ ମଙ୍ଗରାଜ, ୬୭ ନମ୍ବର ଓ୍ଵାର୍ଡର କର୍ପୋରେଟର ଦେବୀପ୍ରସାଦ ନନ୍ଦ, ପୂର୍ବତନ କର୍ପୋରେଟର କୃଷ୍ଣଚନ୍ଦ୍ର ସେଠୀ, ୬୨ ନମ୍ବର ଓ୍ଵାର୍ଡର କର୍ପୋରେଟର ତଥା ଆଲୁମ୍ନି ଆସୋସିଏସନ୍ ସଦସ୍ୟ ହୃଦୟବଲ୍ଲଭ ସାମନ୍ତରାୟ, ପ୍ରଲିପ୍ତ ନନ୍ଦ, ନୀଳମଣି ମିଶ୍ର, ଜିତେନ୍ଦ୍ର ନନ୍ଦଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।
କେପିଏଚ୍ସିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2018/07/kapil-prasad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)