ଜଟଣୀ: ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ରେତଙ୍ଗ କଲୋନିସ୍ଥିତ ଏନ୍ଡିଆର୍ସି ସରକାରୀ ଉଚ୍ଚବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ନିଗ୍ଧାରାଣୀ ସ୍ବାଇଁ, ଜଟଣୀ ‘ସମ୍ବାଦ ସାହିତ୍ୟଘର’ର ସଭାପତି ଜଗଦୀଶ ମହାପାତ୍ର, ସାହିତ୍ୟଘରର ସମ୍ପାଦକ ଚକ୍ରଧର ରଥ, ସମାଜସେବୀ ସୀତାକାନ୍ତ ଶତପଥୀ, ସୁକାନ୍ତି ମହାପାତ୍ର, ଅଙ୍କିତା ଶର୍ମା ପ୍ରମୁଖ ଯୋଗଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ଓ ଫୁଲଗଛ ଲଗାଯାଇଥିଲା।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ସ୍କୁଲ କମିଟିର ସଭାପତି ବିରଞ୍ଚି ନାରାୟଣ ସାହୁ, ଶିକ୍ଷକ ସନ୍ତୋଷ କୁମାର ମିଶ୍ର, ଶିକ୍ଷୟିତ୍ରୀ ପ୍ରେମଲତା ପୃଷ୍ଟି, ଧାରୟତ୍ରୀ ତରାଇ, ଅଭିଲିପ୍ସା ପ୍ରିୟଦର୍ଶିନୀ, ବାସୁଦେବ ପରିଡ଼ା, ଆଲୁମ୍ନି ସଭାପତି ଶ୍ରୀକାନ୍ତ ପ୍ରଧାନ, କର୍ମଚାରୀ ପ୍ରମିଳା ପାତାଳସିଂ, ମେମ୍ବର ସାଫିଉଲ୍ଲା ବେଗ, ଛାତ୍ରୀ ଅଭିପ୍ସା ପ୍ରିୟଦର୍ଶିନୀ, ଶ୍ରେୟା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜଟଣୀ ‘ସମ୍ବାଦ’ ପ୍ରତିନିଧି ଦେବବ୍ରତ ଷେଣ୍ଢ ପରିଚାଳନା କରିଥିଲେ।