ଖଣ୍ଡଗିରି: ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ପାତ୍ରପଡ଼ା-ଭଗବାନପୁର ସରକାରୀ ଉଚ୍ଚବିଦ୍ୟ‌ାଳୟରେ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ୧୦ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଜାମୁ, ନିମ୍ବ, କରଞ୍ଜ, ବାଉଁଶ, ପାଟୁଳି, କାଠବାଦାମ, ପିଜୁଳି, ଆମ୍ବ, ଓଉ ଭଳି ଚାରାରୋପଣ କରିଥିଲେ। 

Advertisment

ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଲିପିକା ଦାସ ଛାତ୍ରଛାତ୍ରୀଙ୍କୁ ଚାରା ଲଗାଇବା ଓ ଏହାର ଯତ୍ନନେବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପୂର୍ବତନ ଛାତ୍ର ରବୀନ୍ଦ୍ର ନାଥ ସାହୁ ‌ପରିବେଶ ସୁରକ୍ଷା ନେଇ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ବୀଣାପାଣି ପ୍ରଧାନ, ମାନିନୀ ଆଚାର୍ଯ୍ୟ, କଲ୍ୟାଣୀ ନାୟକ, ଅଲିଭା ତ୍ରିପାଠୀ, ସୁଦେଷ୍ଣା ଦାସ, ଅର୍ଚ୍ଚନା ବେହେରା, ସସ୍ମିତା ରଥ, ବିଶ୍ୱରୂପା ପଟ୍ଟନାୟକ, ମନୋଜ କୁମାର ବିଶ୍ବାଳ, ମନୋରଞ୍ଜନ ପ୍ରହରାଜଙ୍କ ସହିତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହାକୁ ‘ସମ୍ବାଦ’ ପ୍ରତିନିଧି ହରପ୍ରିୟା ପୃଷ୍ଟି ପରିଚାଳନା କରିଥିଲେ।