ଭୁବନେଶ୍ୱର: ‘ସମ୍ୱାଦ ସାହିତ୍ୟଘର’ ପକ୍ଷରୁ ଭିଏସ୍ଏସ୍ନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିସରରେ ଗଙ୍ଗଶିଉଳି, ନିମ, ଡାଳଚିନି, କୁସୁମ, ଜାମୁ ଆଦି ଚାରାରୋପଣ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ କୈଳାସଚନ୍ଦ୍ର ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହିତ ସେ ସମ୍ୱାଦ ସାହିତ୍ୟଘରର ସବୁଜ ପୃଥିବୀ ଗଠନ କରିବାର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।
ଅନ୍ୟତମ ଅତିଥି ଭାବେ ପ୍ରଧାନଶିକ୍ଷୟିତ୍ରୀ ଚପଳା ଆଚାର୍ଯ୍ୟ, ସହକାରୀ ଶିକ୍ଷକ ସମୀର କୁମାର ପୃଷ୍ଟି, ସମୀର କୁମାର ନାୟକ, ପିଇଟି ରଚିତା ନାୟକ ପ୍ରମୁଖ ଯୋଗଦେଇଥିଲେ। ସମ୍ୱାଦର ସାମ୍ୱାଦିକ ସୁମନ୍ତ ପରିଡ଼ା, ପ୍ରିୟଙ୍କା ରାୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ମୃତିପ୍ରଜ୍ଞା ମୁଦୁଲି, ଅମ୍ରିତା ନାୟକ, ଆଦ୍ୟାଶା ଦାସ, ରଞ୍ଜନ କୁମାର ଜୟସିଂହ, ରୁଦ୍ର ପ୍ରସାଦ ବେହେରା, ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ଛାତ୍ରଛାତ୍ରୀ ବୃକ୍ଷରୋପଣରେ ବିଶେଷ ସହଯୋଗ କରିଥିଲେ।