ଚନ୍ଦ୍ରଶେଖରପୁର: ବନ ମହୋତ୍ସବ ସପ୍ତାହ ଅବସରରେ ‘ସମ୍ବାଦ ସାହିତ୍ୟଘର’, ଏଲ୍ପି ଟିମ୍, ସାଇ ଆଶ୍ରମ ଓ ଜରାନିବାସର ମିଳିତ ସହଯୋଗରେ ରଘୁନାଥପୁରସ୍ଥିତ ଅକ୍ସିଜେନ୍ ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ‘ଆସନ୍ତୁ ଚାରାଟିଏ ଲଗାଇବା’ ବାର୍ତ୍ତା ଦେଇ ସମାଜସେବୀମାନେ ପରିବେଶ ଉପଯୋଗୀ ଗଛ ଲଗାଇଥିଲେ। ନିମ୍ବ, କଦମ୍ବ, ଆକାଶ, ଆମ୍ବ ପରି ବିଭିନ୍ନ ପ୍ରଜାତିର ଗଛ ଲଗାଇବା ସହ ମଞ୍ଜି ପକାଯାଇ ସହର ଉପକଣ୍ଠରେ ଜଙ୍ଗଲ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଇଛି।
ସାଇ ଆଶ୍ରମ ପ୍ରତିଷ୍ଠାତା ବିଜୟ କୁମାର ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଲ୍ପି ଟିମ୍ର ସଭାପତି ରମାକାନ୍ତ ସ୍ୱାଇଁ, ସମ୍ପାଦକ ଅନିରୁଦ୍ଧ ଲେଙ୍କା, ଅନିତା ଉତ୍ତରାୟ, ପ୍ରୀତିନନ୍ଦା ଖିଲାର, ସୀମା ପାତ୍ର, କୌଶଲ୍ୟା ବେହେରା, ବନିତା ମଲ୍ଲିକ ପ୍ରମୁଖ ଯୋଗଦେଇ କହିଛନ୍ତି, ରାଜଧାନୀରେ ଯେଉଁଭଳି ଭାବେ ବିକାଶ ପାଇଁ ବୃକ୍ଷ ଛେଦନ ହେଉଛି, ତାହା ଆମମାନଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ଯଦି ଏମିତି ଚାଲେ ଆଗାମୀ କିଛି ବର୍ଷ ମଧ୍ୟରେ ସହରରୁ ବଡ଼ବଡ଼ ଗଛ ନଷ୍ଟ ହୋଇଯିବ। ଯୁଆଡ଼େ ଚାହିଁଲେ କେବଳ କଂକ୍ରିଟ୍ ଜଙ୍ଗଲ ଦେଖିବାକୁ ମିଳିବ। ଅମ୍ଳଜାନ ଅଭାବରୁ ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ପରିବେଶ ସୁରକ୍ଷା ସହ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ପ୍ରାକୃତିକ ପରିବେଶକୁ ବଞ୍ଚାଇବାକୁ ହେବ। ଏବେ ସମୟ ଆସିଛି ଆମକୁ ଭବିଷ୍ୟତ କଥା ଚିନ୍ତା କରିବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ କେଶବ ପାଣି ସଂଯୋଜନା କରିଥିଲେ।
ଅକ୍ସିଜେନ୍ ପାର୍କରେ ବୃକ୍ଷରୋପଣ
ବନ ମହୋତ୍ସବ ସପ୍ତାହ ଅବସରରେ ‘ସମ୍ବାଦ ସାହିତ୍ୟଘର’, ଏଲ୍ପି ଟିମ୍, ସାଇ ଆଶ୍ରମ ଓ ଜରାନିବାସର ମିଳିତ ସହଯୋଗରେ ରଘୁନାଥପୁରସ୍ଥିତ ଅକ୍ସିଜେନ୍ ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
/sambad/media/media_files/2025/07/06/tfcdsxzasdf-2025-07-06-06-49-07.jpg)