ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ କେନ୍ଦୁବିଲ୍ଵ ସ୍ଥିତ ଜୟଦେବ ପୀଠରୁ ଲକ୍ଷାଧିକ ଟଙ୍କାର ଗଛ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ସଂପର୍କରେ ଖୋଦ୍ ଜୟଦେବ ଫାଉଣ୍ଡେସନ୍ ଟ୍ରଷ୍ଟର ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଦୁର୍ବୃତ୍ତମାନେ ଶନିବାର ରାତିରେ ୨୫ ଏକର ସୀମା ପରିମିତ ଉକ୍ତ ପୀଠରୁ ୪ ଫୁଟ୍ ଗୋଲେଇର ୧୫ଟି ବଡ଼ ଅଶୋକ ଗଛ ସହିତ ୯ଟି ଅତି ଦୁର୍ଲଭ କିସମର ରାଜ୍ୟ ବାହାରର ଔଷଧୀୟ ଗଛ ଚୋରି କରି ନେଇଛନ୍ତି। ଏଥିସହିତ ପୀଠ ପରିସରର ଜଙ୍ଗଲକୁ ବିପର୍ଯ୍ୟସ୍ତ କରିଦେଇଛନ୍ତି। ପରିସରରେ ଗଛ ମୂଳକୁ ପାଣି ଯୋଗାଇବା ପାଇଁ ବିଛା ଯାଇଥିବା ୩୦ ହଜାର ଟଙ୍କାର ସ୍ପି୍ରଙ୍କ୍ଲର ପାଇପ୍ଗୁଡ଼ିକୁ କାଟି ନଷ୍ଟ କରିଦେବା ସହିତ ଚାରା ରୋପଣ ପାଇଁ ଥିବା ୨୦୦ ବାଉଁଶ କୋରଡ଼ି ଜାଳି ଦେଇଛନ୍ତି। ତାରବାଡ଼ କାଟି ଭିତରେ ପଶି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ପୀଠ ସମ୍ପତ୍ତି ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ଯୋଜନା ରଚିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଗତ କିଛି ଦିନ ହେବ ଦୁର୍ବୃତ୍ତମାନେ ଏଭଳି ଉପାୟରେ ପୀଠ ସମ୍ପତ୍ତି ଲୁଟ୍ପାଟ କରୁଥିବା ସଂକ୍ରାନ୍ତରେ ମଧ୍ୟ ଅଭିଯୋଗ ହୋଇଛି। ହେଲେ ଏ ସଂପର୍କରେ ବାଲିଅନ୍ତା ଥାନାରେ ଓ ବାଳକାଟିସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ଦେବାର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ।
ଜୟଦେବ ପୀଠରୁ ଲକ୍ଷାଧିକ ଟଙ୍କାର ଗଛ କାଟିନେଲେ
/sambad/media/post_attachments/wp-content/uploads/2018/01/tree.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)