ଭୁବନେଶ୍ବର: ‘ସ’ ପରିଚୟ ପ୍ରମୋସନ ପ୍ରାଇଭେଟ୍ ଲିମିଟେଡ୍’ ଓ ‘ଇନିସିଏଟିଭ୍ ଫର୍ ମୋରାଲ ଆଣ୍ଡ କଲ୍ଚରାଲ୍ ଟ୍ରେନିଂ ଫାଉଣ୍ଡେସନ୍’ (ଆଇଏମ୍ସିଟିଏଫ୍)ର ମିଳିତ ସହଯୋଗରେ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ସଂସ୍କୃତି, ଉତ୍ପାଦ ଓ ହସତକଳା ହସ୍ତତନ୍ତର ବିଶାଳ ମେଳା ‘ପରିଚୟ’ ଅଷ୍ଟମ ଦିନରେ ପହଞ୍ଚିଛି। ଓଡ଼ିଶାର ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସମେତ ଜମ୍ମୁ କଶ୍ମୀର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ ଆଦି ୮ଟି ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ଏହି ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି। ଏତଦ୍ବ୍ୟତୀତ ମାଲ୍କାନଗିରିର ‘କୋୟା’ ଲୋକନୃତ୍ୟ, କଳାହାଣ୍ଡିର ‘ଘୁମୁରା’, ରାୟଗଡ଼ାର ଢାପ୍ ନୃତ୍ୟ, ଜୁଆଙ୍ଗ ଓ ଝାରଖଣ୍ଡର ମୁଣ୍ଡାରି ଲୋକନୃତ୍ୟ ପ୍ରତି ସଂଧ୍ୟାରେ ପରିବେଷିତ ହେଉଛି। ଏଠାରେ ପାରମ୍ପରିକ ପୋଷାକଠାରୁ ଆରମ୍ଭ କରି ଆଦିବାସୀ ଅଳଙ୍କାର, ସେମାନଙ୍କ ଉତ୍ପାଦ ଯଥା ହଳଦୀ, ଝୁଣା, ମହୁ, ଖଦି, ବଡ଼ି, ପାମ୍ପଡ଼, ଆଚାର ଆଦି ମିଳୁଛି। ମେଳା ପରିସରରେ ପାହାଡ଼ ଓ ଗଛର ପ୍ରତିକୃତି କରି ଆଦିବାସୀଙ୍କ ପାହାଡ଼, ମାଟି ଓ ବୃକ୍ଷର ପୂଜନ ସମ୍ପର୍କରେ ବାର୍ତ୍ତା ବଣ୍ଟାଯାଉଛି। ଏହା ଦ୍ବାରା ପରିବେଶ ପ୍ରଦୂଷଣ ମୁକ୍ତ ରୁହେ ବୋଲି ଦର୍ଶକଙ୍କୁ ବାର୍ତ୍ତା ବି ଦିଆଯାଉଛି ବୋଲି କହିଛନ୍ତି ସ’ ପରିଚୟର ସଦସ୍ୟ ଶୁଭାଶିଷ ଦାସ। ଆଇଏମ୍ସିଟିଏଫ୍ର କାର୍ଯ୍ୟକାରୀ ସଭାପତି ମୁରଲୀ ମନୋହର ଶର୍ମା ଓ ସ’ ପରିଚୟର ଆନନ୍ଦ ହୁରାଡ଼ ପ୍ରଦର୍ଶନୀକୁ ପରିଚାଳନା କରୁଛନ୍ତି।
ଆଦିବାସୀ ସଂସ୍କୃତି, ଉତ୍ପାଦ ଓ ହସ୍ତକଳା ହସ୍ତତନ୍ତର ମେଳା ‘ପରିଚୟ’
/sambad/media/post_attachments/wp-content/uploads/2018/10/m1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)