ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ମୌଜାରେ ଆଦିବାସୀଙ୍କ ଶିକ୍ଷା, ସାଂସ୍କୃତିକ ଓ ସାମାଜିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ‘ଆଦିମ ଓଆର ଜରପା’ ଅନୁଷ୍ଠାନକୁ ସରକାର ୧ଏକର ଜମି ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲେ। ସରକାର ଏହି ଅନୁଷ୍ଠାନ ଉପରୁ ଜମିର ଅଧା ମୂଲ୍ୟ ବାବଦରେ ୨୫ ଲକ୍ଷ ଟଙ୍କା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ସ୍ୱାଗତ କରି ଭୁବନେଶ୍ୱର ଜନଜାତି ସଂପ୍ରଦାୟର ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଏହି ପ୍ର୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

Advertisment

ଏହି ଅବସରରେ ଶ୍ରୀ ମାର୍ଣ୍ଡି କହିଲେ, ଏଓଜେ ସଂସ୍ଥା ମାଧ୍ୟମରେ ଜନଜାତିଙ୍କ ଶିକ୍ଷା ଓ ସାମାଜିକ ବିକାଶରେ ସହାୟକ ହୋଇପାରିବ। ଦୀର୍ଘଦିନରୁ ଏହି ସଂସ୍ଥା ବିଭିନ୍ନ ଜନହିତକର, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ କରିଆସୁଛି। ସରକାରଙ୍କ ଏଭଳି ପ୍ରୋତ୍ସାହନ ଯୋଗୁଁ ଆଗାମୀ ଦିନମାନଙ୍କରେ ଆଦିବାସୀ, ଆର୍ଥିକ ଅନଗ୍ରସର ଓ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ସେବାରେ ନିଜକୁ ଅଧିକ ମାତ୍ରାରେ ନିୟୋଜିତ କରିବ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି। ଏହି ପ୍ରତିନିଧିଦଳରେ ସାଂସଦ ସରୋଜିନୀ ହେମ୍ବ୍ରମ୍‌, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମାର୍ଣ୍ଡି ସମେତ ବହୁ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ।