ଭୁବନେଶ୍ୱର: ଜନଜାତି ବିଦ୍ୟାର୍ଥୀ ଅନୁଭବ ଅଧ୍ୟୟନ ଯାତ୍ରାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ରାଜଭବନ ଅଭିଷେକ ହଲ୍‌ରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଭାବ ବିନିମୟ କରିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ଜୁନ ୧୭ ତାରିଖରୁ ଆରମ୍ଭ ହୋଇଛି। ଏହା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୧୪ଟି ଜିଲ୍ଲାର ଯୁକ୍ତ୨, ସ୍ନାତକ ଏବଂ ସ୍ନାତକୋତ୍ତରସ୍ତରରେ ଅଧ୍ୟୟନ କରୁଥିବା ୭୨ଜଣ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଏଯାବତ ସେମାନେ ରାଜ୍ୟ ସଂଗ୍ରହାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା ବିଧାନସଭା, କଳିଙ୍ଗ ଷ୍ଟାଡିୟମ, ଆଇଆଇଟି ଭୁବନେଶ୍ୱର ଓ ଏସଡିଆଇ ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଛନ୍ତି।