ଭୁବନେଶ୍ୱର: ଅଞ୍ଜଳି ଶିଶୁ ଓ ଯୁବ ଉତ୍ସବର ୨୫ତମ ରୌପ୍ୟ ଜୟନ୍ତୀ ସମାରୋହ ଆଦିବାସୀ ପଡ଼ିଆରେ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୁତି ମହାପାତ୍ରଙ୍କ ଦ୍ୱାରା ଲିଖିତ ଓ ସଙ୍ଗୀତା ଗୋସାଇଁଙ୍କ ଦ୍ୱାରା ରଚିତ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟଅତିଥି ରୂପେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ସମ୍ମାନିତ ଅତିଥି ଭାବେ ସ୍ୱାଭିମାନର ପ୍ରତିଷ୍ଠାତା ଶ୍ରୁତି ମହାପାତ୍ର, କ୍ୟୁରବୟର ପ୍ରତିଷ୍ଠାତା ପ୍ରିୟଦର୍ଶୀ ମହାପାତ୍ର, ଅଞ୍ଜଳିର ସ୍ୱେଚ୍ଛାସେବୀ ତାପସ ଦାସ ଯୋଗଦେଇ କୁନିକୁନି ପିଲାଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଅଞ୍ଜଳି ଆୱାର୍ଡ ଓ ଅଞ୍ଜଳି ସ୍କଲାର୍ସଙ୍କୁ ସମ୍ମାନିତ କରାଯାଇଥିଲା। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ନିରଞ୍ଜନ ମୁଣ୍ଡା ଏବଂ କାନ୍ତିଲତା ଶୁଙ୍କୁ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। କ୍ୟାମ୍ପ୍ ବୁଲେଟିନ୍ ଉନ୍ମୋଚନ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୢାମ୍ପୱାକ୍‌ ପ୍ରଦର୍ଶିତ ହୋଇଥିଲା। ପରେ ନୂଆଦିଲ୍ଲୀରୁ ଆସିଥିବା ଏକ କଳାକାର ଦଳ ପକ୍ଷରୁ ‘ରାମାୟଣ ଅନ୍ ହ୍ୱିଲ୍ସ୍-ୱି ଆର୍ ୱାନ୍’ ନୃତ୍ୟନାଟିକା ପ୍ରଦର୍ଶିତ ହୋଇଥିଲା।

Advertisment

ଅପରାହ୍ଣରେ ଅଞ୍ଜଳି କ୍ୟାମ୍ପ ଓଏସ୍‌ସିପିଆର୍‌ ଅଧ୍ୟକ୍ଷା ବବିତା ପାତ୍ର ଅଞ୍ଜଳିରେ ‘ଆନନ୍ଦର ଉତ୍ସବ’କୁ ଉଦ୍‌ଘାଟନ କରିଥିଲେ। ସ୍ବେଚ୍ଛାସେବୀମାନେ ସାଣ୍ଟାକ୍ଲଜ୍‌ ଓ ପରୀ ସାଜି କୁନିକୁନି ପିଲାମାନଙ୍କୁ ସ୍ୱାଗତ କରିଥିଲେ। କ୍ୱିଜ୍‌ ମାଧ୍ୟମରେ ଚକୋଲେଟ୍‌ ପୁରସ୍କାର ପ୍ରଦାନ କରାଯିବା ସହିତ ନାଚ ଓ ଯୋଗ ଆଦି ପରିବେଷଣ କରାଯାଇଥିଲା। କସ୍ତୁରୀ ମିଶ୍ର, ଚନ୍ଦନା ଦାସ, ମନସ୍ମିତା ଖୁଣ୍ଟିଆ, ଅମିତାଭ ବେହେରା, ପ୍ରଫେସର ସୁଶ୍ମିତା ଜେନା, ରାଜେଶ ପଣ୍ଡା ଓ ପ୍ରିୟା ସାହୁ ଉଦ୍‌ଘାଟନୀରେ ସାମିଲ ହୋଇଥିଲେ।