ଡାକ୍ତର ଭବାନୀ ଶଙ୍କର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲ୍‌ର ସ୍ନାୟୁଶଲ୍ୟ ଚିକିତ୍ସା ବିଶେଷଜ୍ଞ ପ୍ରଫେସର ଡାକ୍ତର ଭବାନୀ ଶଙ୍କର ଦାସଙ୍କ ପରଲୋକରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ, ଚିକିତ୍ସକ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଡା. ଦାସଙ୍କ କର୍ମମୟ ଜୀବନ ସମ୍ପର୍କରେ ଅଲୋକପାତ କରି ଗଭୀର ଶୋକ ପ୍ରକାଶ କରିଥିଲେ। ସ୍ବର୍ଗତ ଦାସ ଜଣେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବେଙ୍ଗାଲୁରୁସ୍ଥିତ ସ୍ନାୟୁ ଚିକିତ୍ସାଳୟର ନିର୍ଦ୍ଦେଶକ ଥିଲେ।

ଚିକିତ୍ସା କ୍ଷେତ୍ରରେ ଜଣେ ଦକ୍ଷ ପ୍ରସାଶକ ଭାବେ ତାଙ୍କର ଖ୍ୟାତି ଥିଲା। କଳିଙ୍ଗ ହସ୍‌ପିଟାଲ୍‌ର ନ୍ୟୁରୋ ଚିକିତ୍ସାର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଅତିଥିମାନେ କହିଥିଲେ। ଗତ ୫ରେ କଟକଠାରେ ତାଙ୍କର ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର