କଳିଙ୍ଗ ହସ୍ପିଟାଲ୍‌ରେ ଡା.ବାସୁଦେବ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି

ଚନ୍ଦ୍ରଶେଖରପୁର: କଳିଙ୍ଗ ହସ୍ପିଟାଲ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସେନାବାହିନୀର ଅବସରପ୍ରାପ୍ତ ମୂତ୍ରଶଲ୍ୟ ଚିକିତ୍ସା ବିଶେଷଜ୍ଞ ବ୍ରିଗେଡିୟର ଡା. ବାସୁଦେବ ରାଉତରାୟଙ୍କ ପରଲୋକରେ କଳିଙ୍ଗ ହସ୍ପିଟାଲର ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ହସ୍ପିଟାଲ୍‌ର ପରିଚାଳକ, ଚିକିତ୍ସକ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ତାଙ୍କର କର୍ମମୟ ଜୀବନ ସମ୍ପର୍କରେ ଅଲୋକପାତ କରିବା ସହ ଶୋକପ୍ରକାଶ କରିଥିଲେ। ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା।

ଡା. ରାଉତରାୟ ସେନାବାହିନୀର ସାମରିକ ଚିକତ୍ସାଳୟରେ ମୂତ୍ରଶଲ୍ୟ ଚିକିତ୍ସା ବିଶେଷଜ୍ଞ ତଥା ଉଚ୍ଚ ପଦବି ବ୍ରିଗେଡିୟର ସହିତ ରାଷ୍ଟ୍ରପତିଙ୍କଠାରୁ ଅତି ବିଶିଷ୍ଠ ସେବା ମେଡାଲ୍ ପୁରସ୍କାର ଗ୍ରହଣ କରିଥିଲେ। ସେ ଚିକିତ୍ସା କ୍ଷେତ୍ରରେ ଜଣେ ଦକ୍ଷ ପ୍ରଶାସକ ଭାବରେ ସୁଖ୍ୟାତି ଅର୍ଜନ କରିଥିଲେ। ସେ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ୍‌ସିଂଙ୍କ କର୍ଯ୍ୟକାଳ ସମୟରେ ରାଷ୍ଟ୍ରପତିଙ୍କର ବ୍ୟକ୍ତିଗତ ଚିକିତ୍ସକ ଭାବେ ନିୟୋଜିତ ହୋଇଥିଲେ। କଳିଙ୍ଗ ହସ୍ପିଟାଲ୍‌ର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଗତ ଏପ୍ରେଲ୍ ୨୦ରେ ଭୁବନେଶ୍ବରସ୍ଥିତ ବାସଭବନରେ ସେ ଇହଲୀଳା ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର