‘ଆମ ପରିବାର’ ପକ୍ଷରୁ ଲତାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ‘ଆମ ପରିବାର’ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପରେ ‘ଆଜି ମୁଁ ଶ୍ରାବଣୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲ‌ତା ମଙ୍ଗେସ୍‌କରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ସେ ଗାଇଥିବା ଚିର ସବୁଜ ସଂଗୀତ କଣ୍ଠଶିଳ୍ପୀ ସ୍ବପ୍ନା, ଅଲିଶା‌, ଦୀପ୍ତି, ସମିତା, ମଞ୍ଜୁଶ୍ରୀ, ଲିକାଞ୍ଜଳି ଆଦି ପରିବେଷଣ କରିଥିଲେ। ଯାହା ଉପସ୍ଥିତ ଶ୍ରୋତାମାନଙ୍କୁ ବିମୋହିତ କରିଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭ‌ାବେ ମେୟର ସୁଲୋଚନା ଦାସ, ମୁଖ୍ୟବକ୍ତା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ବିାଜଡିର ମୁଖପାତ୍ର ଲୋରା ପାତ୍ର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ନିଶିକାନ୍ତ ମିଶ୍ର, କର୍ପୋରେଟର ଅଲ୍ଲୀ ମଲ୍ଲିକ, ଓଡ଼ିଶା ମୋ ପରିବାରର ଯୁଗ୍ମ ସଂପାଦକ ରୁଦ୍ର ସାମନ୍ତରାୟ, କମାଣ୍ଡର ଦିନେଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବରୁ ଛୋଟ ପିଲାଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାରେ ପୁରସ୍କାର ବିତରଣ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ନଳିନୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର ସଭାପତି ଜୟଶ୍ରୀ ଗୌଡ଼ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର