ଜୟନ୍ତୀ‌ରେ ମଧୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ବିଜେଡି ଆଇନଜୀବୀ ସାମ୍ମୁଖ୍ୟ
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ତଥା ଓଡ଼ିଶାର ବରପୁତ୍ର ଉତ୍କଳଗୌରବ ମଧୁସୂଦନ ଦାସଙ୍କର ଜନ୍ମ ତିଥିରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟ ଆଇନଜୀବୀ ଦିବସ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି। ସାମ୍ମୁଖ୍ୟ ଅଫିସ ପରିସରରେ ମଧୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଛି। ମଧୁବାବୁ ଓଡ଼ିଆଙ୍କୁ ଭଲ ପାଇବା ସହ ଗରିବଙ୍କ ପାଇଁ କିଭଳି ଓକିଲାତି କରୁଥିଲେ ତାହା ଉପରେ ଆଲୋଚନା ହୋଇଥିଲା। ସାମ୍ମୁଖ୍ୟ ଆବାହକ ଡ ସୁରେଶ କୁମାର ବାରିକଙ୍କ ଆହ୍ବାନରେ ଆଇନଜୀବୀମାନେ ଗରିବ ଲୋକଙ୍କୁ ଆଇନ ସହାୟତା ପ୍ରଦାନ କରିବା ପାଇଁ ସଂକଳ୍ପ ନେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ଆବାହକ ପ୍ରବୀର ପଟ୍ଟନାୟକ, ଭିକାରି ମହାନ୍ତି, ସୁଦର୍ଶନ ପ୍ରଧାନ, ବଳରାମ ଦେଓ, ନିରଞ୍ଜନ ବେହେରା, ରାଜକିଶୋର ଦାସ, ବିଜୟ ବାରିକ, ମନୋରଞ୍ଜନ ପଣ୍ଡା, ସଞ୍ଜୟ ସାହୁ, ପ୍ରଶାନ୍ତ ସମର୍ଥା, ଉମାକାନ୍ତ ରାଉତରାୟ, ରୋହିତ ସାମଲ, ଲକ୍ଷ୍ମୀପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ରାଜଧାନୀ କଳା ନିକେତନରେ ରକ୍ତଦାନ ଶିବିର
କରୋନା ସମୟରେ ‌ରକ୍ତ ସଙ୍କଟକୁ ଲକ୍ଷ୍ୟ ରଖି ଆଜି ମଧୁ ବାବୁଙ୍କ ଜୟନ୍ତୀ ଅବସରରେ ‘ପୁଣ୍ୟ ଉତ୍କଳ ଫାଉଣ୍ଡେସନ’ ଓ ‘ଓସ୍କାର କ୍ଲବ’ ପକ୍ଷରୁ ୟୁନିଟ୍‌-୮ସ୍ଥିତ ରାଜଧାନୀ କଳା ନିକେତନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଫାଉଣ୍ଡେସନର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର (ବୁଲୁ ଭାଇ)ଙ୍କ ନେତୃତ୍ବରେ ଆୟୋ‌ଜିତ ଏହି ଶିବିରରେ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ କର୍ପୋରେଟର୍‌ ନିଖିଳ ବଳବନ୍ତରାୟ, ସମୀର ପ୍ରଧାନ, ଶାରଦା ପ୍ରସାଦ ମହାନ୍ତି, ଗୌରାଙ୍ଗ ଚରଣ ଦାଶ, ବୀରବର ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ୩୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ‘ପୁଣ୍ୟ ଉତ୍କଳ ଯୁବମୋର୍ଚ୍ଚା’ ଓ ‘ଓସ୍କାର କ୍ଲବ’ ସଦସ୍ୟ ବିଭାସ, ନିତ୍ୟୋମ୍, ରଶ୍ମି, ଶୁଭମ୍, ମହାପ୍ରସାଦ, ନଳିନୀ, ରାଜୀବ ଓ ରାଜ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର