ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘର ନିଆରା ପ୍ରୟାସ: ୭ ଫୁଟ୍‌ର ମାଟି ମୂର୍ତ୍ତିରେ ମିହିରଙ୍କୁ ଶ୍ରଦ୍ଧାଞ୍ଜଳି

ସାମିଲ୍‌ ହେଲେ ନେତା, ଅଭିନେତା ଓ ଶାନ୍ତି କମିଟି କର୍ମକର୍ତ୍ତା

କଟକ : ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘ ପକ୍ଷରୁ ପରଲୋକଗତ ବରିଷ୍ଠ ଅଭି‌ନେତା ମିହିର ଦାସଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ଉତ୍ସବ ଶିଳ୍ପୀକୁମ୍ଭାରସାହିସ୍ଥିତ ଶ୍ରୀଲକ୍ଷ୍ମୀନାରାୟଣ ମନ୍ଦିର ସମ୍ମୁ‌ଖରେ ଆୟୋଜିତ ‌ହୋଇଥିଲା। ଶୁକ୍ରବାର ମିହିର ଦାସଙ୍କ ୬୩ତମ ଜନ୍ମଦିନ ହୋଇଥିବାରୁ ଶିଳ୍ପୀ ସଂଘ ପକ୍ଷରୁ ସ୍ବତନ୍ତ୍ର ଭାବେ ଏହି ଦିନକୁ ଚୟନ କରାଯାଇଥିଲା। ଏଥିପାଇଁ ଶିଳ୍ପୀ ସଂଘ ପକ୍ଷରୁ ବିଗତ ୧୦ଦିନ ଧରି ମିହିରଙ୍କର ୭ଫୁଟ୍‌ର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ଉତ୍ସବରେ ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘର କାରିଗରଙ୍କ ସମେତ ଲୋକପ୍ରତିନିଧି, ଚଳଚ୍ଚିତ୍ର ଅଭିନେତା, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ଶାନ୍ତି କମିଟି କର୍ମକର୍ତ୍ତା, ସହରର ଜନସାଧାରଣ ଅଂଶଗ୍ରହଣ କରି ଲୋକପ୍ରିୟ ଅଭିନେତା ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘ ସଭାପତି କେଦାରନାଥ ବେହେରାଙ୍କ ନେତୃ୍ତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ‌ ମୋକିମ୍, ଡିସିପି ପ୍ରତୀକ ସିଂହ, ଓଡ଼ିଶା ସିନେ ଆର୍ଟଷ୍ଟ ଆସୋସିଏସନ୍‌ ସଭାପତି ସିଦ୍ଧାନ୍ତ ମହାପାତ୍ର, ସଂପାଦକ ଶ୍ରୀତମ ଦାସ, ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ବରିଷ୍ଠ ଅ‌ଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଉଷଶୀ ମିଶ୍ର, ଅଶ୍ରୁମୋଚନ ମିଶ୍ର, ଦେବୁ ପଟ୍ଟନାୟକ, ବାପୁ ଲେଙ୍କା, ଅଙ୍କିତ, ଶ୍ବେତା, ନିର୍ଦ୍ଦେଶକ ବବି ଇସ୍‌ଲାମ, ଓଡ଼ିଶା ଲଳିତ କଳା ଏକାଡେମି ସଂପଦାକ ପଞ୍ଚାନନ ସାମଲ, ଧର୍ମପଦ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସଂପାଦକ ଭିକାରି ଦାସ, ପ୍ରଦୀପ ସିହ୍ନା, ନରେଶ ଚନ୍ଦ୍ର ସାହୁ, ଦେବେନ୍ଦ୍ର କାହାଳୀ, ଡ. ଦ୍ବୀପାୟନ ପଟ୍ଟନାୟକ, ରବୀନ୍ଦ୍ର ବ‌େହେରା, ପୂର୍ବାଞ୍ଚଳ ଶାନ୍ତି କମିଟି ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶିଳ୍ପୀ ସଂଘର ଏଭଳି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଶିଳ୍ପୀସଂଘ ସଭାପତି କେଦାରନାଥ ବେହେରା ଓ ସଂପାଦକ କୈଳାସ ଚନ୍ଦ୍ର ରଣାଙ୍କ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିମୂର୍ତ୍ତି ଆସନ୍ତାକାଲି ପର୍ଯ୍ୟନ୍ତ ଶୋଭା ପାଇବ।

ସମ୍ବନ୍ଧିତ ଖବର