ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ୧୯ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି।

Advertisment

ଏହି ଅବସରରେ ବିଭାଗ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ମିହିର ପଟ୍ଟନାୟକ, ଗିରିଜା ଶଙ୍କର ମହାପାତ୍ର, ଉଇ ଫର୍‌ ଭୁବନେଶ୍ୱର ପକ୍ଷରୁ ନରେନ୍ ସାହୁ, ଜୟ ଓଡ଼ିଶା କର୍ମକର୍ତ୍ତା, ସଂଯୁକ୍ତା ମିଶ୍ର, ସରୋଜିନୀ ମିଶ୍ର, ଅନୁପମା ବେହେରା, ପ୍ରଗତି ରଥ, ଦୀପ୍ତିମୟୀ ରାୟ ଓ ସତ୍ୟବ୍ରତ ଜେନା ପ୍ରମୁଖ ଯୋଗଦେଇ ଗୁରୁଜୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷାବିତ୍‌ କାମଦେବ ମହାପାତ୍ର କବିତା ପାଠ କରିଥିଲେ। ଓଡ଼ିଶୀ ଗବେଷଣା କେନ୍ଦ୍ର ଛାତ୍ରୀ ସ୍ମୃତିରେଖା ପ୍ରତିହାରୀଙ୍କୁ ‘କେଳୁଚରଣ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।