ଭୁବନେଶ୍ବର: ଛତିଶଗଡ଼ ଦାନ୍ତେୱାଡ଼ା ଠାରେ ସହିଦ ହୋଇଥିବା ୧୧ଜଣ ଯବାନଙ୍କ ଉଦ୍ଦେଶ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାଣୀବିହାର ଗାନ୍ଧୀ ପାର୍କ ନିକଟରୁ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ମହମବତି ଶୋଭାଯାତ୍ରା କରି ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି।
ଏହାସହ ଏଭଳି ଦୁଃଖଦ ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ସହାୟ ହେବା ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜୁ ଛାତ୍ରଜନତା ରାଜ୍ୟ ସାଧାରଣ ସମ୍ପାଦକ ଦେବେଶ ଦାସ, ଅସିତ୍ ଦାସ, ଅଶୋକ ନାୟକ, ସହ ସଂପାଦକ ସୌମ୍ୟ ରଞ୍ଜନ ପ୍ରଧାନ, ଯୁବ ବିଜେଡି ନେତା ଅମିତ୍ ଜେନା, ପ୍ରକାଶ, ରମାକାନ୍ତ, ସବ୍ୟସାଚୀ ଓ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।