ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁରଙ୍କ ୭୦ବର୍ଷ ପୂର୍ତ୍ତି ଉପଲକ୍ଷେ ‘ସଂଭାବନା’ ପକ୍ଷରୁ ହୋଟେଲ ଓ କରିମ୍ ଠାରେ ସ୍ବାଧୀନତା ଦିବସ ସଂଧ୍ୟାରେ ‘ସତୁରିର ଶ୍ରଦ୍ଧା: ଦାଶ ବେନହୁର ସଂଧ୍ୟା’ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ, ଦାଶ ବେନହୁର ଜଣେ ସଫଳ ମଣିଷ। ବର୍ତ୍ତମାନଠାରୁ ସେ ଅଧିକ ନିର୍ଭୀକ ଭାବେ ସମାଜ ପାଇଁ ବିଭିନ୍ନ କାର୍ଯ୍ୟ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ଅଧ୍ୟକ୍ଷତା କରିଥିବାବେଳେ ସଂପାଦକ ଦେବ ପ୍ରସାଦ ପରିଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ରକ୍ଷକ ନାୟକ, ଶୁଭ୍ରାଂଶୁ ପଣ୍ଡା, ଶରତ ନାୟକ, ସିଦ୍ଧାର୍ଥ କାନୁନଗୋ, ଚିତ୍ରଶିଳ୍ପୀ ଗଜେନ୍ଦ୍ର ପାଢ଼ୀ, ଡାକ୍ତର ରୀତାଞ୍ଜଳି ମିଶ୍ର, ନିଶିକାନ୍ତ ମିଶ୍ର, ସୁର ନାରାୟଣ ପାତ୍ର, ବିଭିନ୍ନ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ସୁଜାତା ମହାନ୍ତି, ସୌଦାମିନୀ ସାମଲ, ନିବେଦିତା ମଲ୍ଲିକ, ରଶ୍ମି ସାହୁ, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ପ୍ରାଧ୍ୟାପକ ସଚ୍ଚିଦାନନ୍ଦ ତ୍ରିପାଠୀ, ଦାଶ ବେନହୁରଙ୍କର ଧର୍ମପତ୍ନୀ ଜୟନ୍ତୀ ପଣ୍ଡା ପ୍ରମୁଖ ଶୁଭେଚ୍ଛା ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ କଣ୍ଠଶିଳ୍ପୀ ସିଦ୍ଧାନ୍ତ ଶତପଥୀ ସଂଗୀତ ପରିବେଷଣ କରିଥିଲେ। ଶେଷରେ ଦାଶ ବେନହୁର୍ ଶୁଭେଚ୍ଛେୁମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଅନୁଷ୍ଠାନର ସଭ୍ୟ ପ୍ରଫୁଲ୍ଲ ଦେ, ରାଜଶ୍ରୀ ଶତପଥୀ, ସତ୍ୟବ୍ରତ ମହାପାତ୍ର, ମୀନାକ୍ଷୀ ପଟ୍ଟନାୟକ, ରଶ୍ମିତା ରଥ, ରତ୍ନ ମଞ୍ଜରୀ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚଚାଳନାରେ ସହଯୋଗ କରିଥିଲେ।