ଭୁବନେଶ୍ୱର : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆଙ୍କ ଗର୍ବ ଓ ଗୌରବ, ମହାନ ସ୍ୱାଧୀନତା ସଂଗ୍ରାମୀ ମଧୁସୂଦନ ଦାସଙ୍କ ୮୮ତମ ଶ୍ରାଦ୍ଧ ଦିବସ ଆଜି ପାଳିତ ହୋଇଯାଇଛି। ଅଭିଯାନର କର୍ମକର୍ତ୍ତାମାନେ ରାଜଭବନ ସମ୍ମୁଖରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଲେ, ମଧୁବାବୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ତଥା ସମଗ୍ର ଓଡ଼ିଆଙ୍କ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ। ସେ ଥିଲେ ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ମନ୍ତ୍ରୀ। ଉତ୍କଳ ଟ୍ୟାନେରି ଓ ଉତ୍କଳ ତାରକସି କର୍ମଶାଳା ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା, ରୋହିତ କୁମାର, ବିଜୟ ପରିଡ଼ା, ରମେଶ ଚନ୍ଦ୍ର ପାତାଳସିଂହ, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବର୍ଷୀୟାନ୍ ସ୍ୱାଧୀନତା ସଂଗ୍ରାମୀ, ଭାଷାବିତ୍ ପର୍ଶୁରାମ ଦ୍ୱିବେଦୀଙ୍କୁ ଉତ୍କଳ ଗୌରବ ମଧୁସୂଦନ ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।
/sambad/media/post_attachments/wp-content/uploads/2022/02/m2-1.jpg)
ସଂସଦରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ
ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ଉତ୍କଳ ସମ୍ମିଳନୀ, ମଞ୍ଚେଶ୍ବର ଶାଖା ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏନେଇ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାରେ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ସଭାପତିତ୍ବ କରି କହିଲେ, ମଧୁବାବୁ ଖାଲି ଉତ୍କଳ ଗୌରବ ନୁହଁନ୍ତି, ସେ ଭାରତର ଗୌରବ। ତେଣୁ ତାଙ୍କର ଏକ ପ୍ରତିମୂର୍ତ୍ତି ସଂସଦ ଭବନ ପରିସରରେ ସ୍ଥାପନ କରାଯାଉ ବୋଲି ସେ ଦାବି ଦୋହରାଇଥିଲେ। ଉପଦେଷ୍ଟା ନିମାଇଁ ଚରଣ ଦାସ, ଉପସଭାପତି ଡ. ସୁରେନ୍ଦ୍ର ମିଶ୍ର, ଶାଖା ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସୁବ୍ରତ ମହାପାତ୍ର, ବିଶ୍ୱରଞ୍ଜନ ଆଚାର୍ଯ୍ୟ, ସମ୍ପାଦକ ରାଜେଶ ସାହୁ, ଯୁଗ୍ମସମ୍ପାଦକ ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ମହେଶ୍ୱର ବିଶ୍ୱାଳ, ଅକ୍ଷୟ କୁମାର ଜେଠୀ, ଡ. ରବିନାରାୟଣ ବେହେରା, ସମରଞ୍ଜନ ମହାନ୍ତି, ଦୀପ୍ତିମୟୀ ନାୟକ, ଶରତ ଚନ୍ଦ୍ର ସାହୁ, ବଂଶୀଧର ଭୋଇ, ପ୍ରକାଶ କୁମାର ସାମଲ, ଅଜୟ କାନୁନଗୋ, ବାସନ୍ତୀ ଆଚାର୍ଯ୍ୟ ଓ ପତିତପାବନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
/sambad/media/post_attachments/wp-content/uploads/2022/02/m1.jpg)
ଭାରତରତ୍ନ ଦାବିରେ କୋର୍ଟରେ ଦସ୍ତଖତ ସଂଗ୍ରହ
ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ଆଇନଜୀବୀ, ବାରିଷ୍ଟର୍ ତଥା ମହାନ ସ୍ବାଧୀନତା ସଂଗ୍ରାମୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମହାପ୍ରୟାଣ ଦିବସ ଭୁବନେଶ୍ୱର କୋର୍ଟ ପରିସରରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ମଧୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ଦାବିରେ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଏଥିରେ ଜିଲ୍ଲାଜଜ୍ ରାମଶଙ୍କର ହୋତା, ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ସତ୍ୟ ଷଡ଼ଙ୍ଗୀ, ଏସ୍ଡିଜିଏମ୍ ଆଲୋକ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏପରି ଦାବିକୁ ସମର୍ଥନ କରି ଉତ୍ସାହିତ କରିଥିଲେ। ଏଥିରେ ସଂଘର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ସଂଗଠନ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ଅରୂପ ଚାନ୍ଦ, ପ୍ରମୋଦ ପଟ୍ଟନାୟକ, ଜିଆ-ଉଲ୍ ହକ୍, ସଂଘର କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ସମେତ ଦସ୍ତଖତ ସଂଗ୍ରହ ଅଭିଯାନର ଆବାହକ ଲିଙ୍ଗରାଜ ସାହୁ ଏବଂ ବହୁ ବରିଷ୍ଠ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ। ପ୍ରକାଶ ଥାଉକି, ମଧୁବାବୁଙ୍କୁ ଭାରତରତ୍ନ ଦାବିରେ ୭ଟି ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି।
ଓଡ଼ିଆର ବ୍ୟାପକ ବ୍ୟବହାର ପାଇଁ ଶପଥ ନେଲେ
ଭୁବନେଶ୍ବର : ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୮୮ତମ ତିରୋଧାନ ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ, କେନ୍ଦ୍ରୀୟ କମିଟି ପକ୍ଷରୁ ରାଜଭବନ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତିଚାରଣ କରଯାଇଥିଲା। ମଧୁବାବୁଙ୍କ ଜୀବନବ୍ୟାପୀ ସଂକଳ୍ପ ଓଡ଼ିଆ ଜାତିକୁ କିପରି ସମୃଦ୍ଧ, ସ୍ବାଭିମାନୀ, ଅଗ୍ରଣୀ କରାଇପାରିଛି, ସେ ଉପରେ ଆଲୋକପାତ କରାଯାଇଥିଲା। ଏହାସହ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ଦିଗରେ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ପାଇଁ ଉପସ୍ଥିତ କର୍ମକର୍ତ୍ତାମାନେ ଶପଥ ପାଠ କରିଥିଲେ। ଏହି ଅବସରରେ କଟକସ୍ଥିତ ମଧୁବାବୁଙ୍କ ବାସଭବନକୁ ମଧୁସ୍ମୃତି ସଂଗ୍ରହାଳୟ, ତାଙ୍କର ସମାଧି ପୀଠ ଗୋରା କବରର ସୌନ୍ଦର୍ଯ୍ୟୀକରଣ, ମଧୁବାବୁଙ୍କ ନାମରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ର ନାମକରଣ, ଭାରତରତ୍ନ ପ୍ରଦାନ ଓ ସଂସଦରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରାଯାଇଥିଲା। କର୍ମକର୍ତ୍ତାମାନେ ମଧୁବାବୁଙ୍କ ପ୍ରିୟ ଗୋଲାପୀ ପଗଡ଼ି ପିନ୍ଧି ତାଙ୍କୁ ସମ୍ମାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମିଟିର ରାଜ୍ୟ ସଭାପତି ପ୍ରଫେସର୍ ଅଦ୍ବୈତ କୁମାର ପାତ୍ର, ସାଧାରଣ ସମ୍ପାଦକ ଅନନ୍ତ ପ୍ରସାଦ ଜେନା, ଉପସଭାପତି ଉଷାରାଣୀ ମହାନ୍ତି, ପ୍ରଦ୍ୟୁମ୍ନ ଶତପଥୀ, ଜୟକୃଷ୍ଣ ଦାସ, ସଂଯୁକ୍ତା ମହାନ୍ତି ପ୍ରମୁଖ ଅଶଂଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/m4-1.jpg)