ଭୁବନେଶ୍ବର): ଗତକାଲି ରାତିରେ ନ୍ୟୁଜ୍-୭ରେ କାମ କରୁଥିବା ଜଣାଶୁଣା ଭିଡିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି। ହୃଦ୍ଘାତରେ ତାଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା। କାର୍ଯ୍ୟାଳୟରୁ ଭଲରେ କାମ ଶେଷ କରି ଘରକୁ ଫେରିବା ପରେ ସେ ହଠାତ୍ ହୃଦ୍ଘାତର ଶିକାର ହୋଇଥିଲେ ଓ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇବା ବେଳକୁ ସେ ଶେଷ ନିଃଶ୍ବାସ ତ୍ୟାଗ କରିସାରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ରାଜଧାନୀରେ କାର୍ଯ୍ୟରତ ସାମ୍ବାଦିକ, ଫଟୋ ଜର୍ଣ୍ଣାଲିଷ୍ଟ ଓ ଭିଡିଓ ଜର୍ଣ୍ଣାଲିଷ୍ଟମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। ସେ ଜଣେ ଦକ୍ଷ ଭିଡିଓ ଜର୍ଣ୍ଣାଲିଷ୍ଟ ଥିଲେ ଓ ଜଣେ ମେଳାପି ବ୍ୟକ୍ତିତ୍ବ ଭାବେ ସାମ୍ବାଦିକ ମହଲରେ ତାଙ୍କର ପରିଚୟ ଥିଲା। ଆଜି ସୂଚନା ଭବନ ନିକଟରେ କାର୍ଯ୍ୟରତ ସାମ୍ବାଦିକମାନେ ତାଙ୍କ ଫଟୋରେ ମାଲ୍ୟାପର୍ଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ।
ଭିଡିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି
/sambad/media/post_attachments/wp-content/uploads/2021/11/4h4d65465dagdgdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)