ଭୁବନେଶ୍ୱର: ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୨୧ତମ ଶ୍ରାଦ୍ଧ ବାର୍ଷିକୀ କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିସ୍ଥଳରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ବିଜେଡିର ସହ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ଅବଦୁଲ ସକାର ଖାନ, ବିଜୟ ସାହୁ, ସୁବ୍ରତ ଭଞ୍ଜ, ବିକ୍ରମ ଦାସ, ହାଡ଼ିବନ୍ଧୁ ବେଉରିଆ, ଗିରିଜା ଶଙ୍କର ମହାପାତ୍ର, ପ୍ରାଧ୍ୟାପକ ରଙ୍ଗାଧର ସାହୁ, ଲକ୍ଷ୍ମୀଧର ବେହେରା, ଇଲା ସ୍ୱାଇଁ, ନରେନ୍‌ ସାହୁ, ଜ୍ୟୋତି ରାଉତ, ତାପସ ସାହୁ, ହରପ୍ରିୟା ପାଟ୍ଟଯୋଶୀ, ରମେଶ ଚନ୍ଦ୍ର ପାତାଳସିଂହ, ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମହାପୁରୁଷଙ୍କ ଜୀବାନାଦର୍ଶ ଉପରେ ଆଲୋଚନା କରିଥିଲେ।

Advertisment

ଏହି ଅବସରରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ଆବାହନୀ ସଂଗୀତ ଗାନ କରିଥିଲା ବେଳେ ଶିକ୍ଷାବିତ୍ କାମଦେବ ମହାପାତ୍ର ସ୍ୱରଚିତ କବିତା ପାଠ କରିଥିଲେ। ଜୟ ଓଡ଼ିଶା, ଉଇ ଫର ଭୁବନେଶ୍ୱରର କାର୍ଯ୍ୟକର୍ତ୍ତାମାନେ ସଭା ପରିଚାଳନା କରିଥିଲେ।