ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ସୁରେଶ ଚନ୍ଦ୍ର ବଳଙ୍କୁ ବି ବଞ୍ଚି ଥାଉ ଥାଉ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଦେଲେ। ଯାହାକୁ କଡ଼ା ଭାଷାରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଘଟଣାଟି ହେଲା ଗତକାଲିର। ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଗତକାଲି ମୁକ୍ତିଲାଭ କରିଛି। ଏହି ଅବସରରେ ଭୁବନେଶ୍ୱରର ଏକ ସିନେମା ହଲ୍ ଆଗରେ ଗୋଟିଏ ବଡ଼ ଫ୍ଲେକ୍ସ ଲଗାଯାଇଥିଲା। ସେଥିରେ ୮୬ ବର୍ଷର ଯାତ୍ରାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଦିଗ୍ଗଜମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଯେଉଁଥିରେ ୫୫ରୁ ଊର୍ଦ୍ଧ୍ୱ ଦିବଂଗତ ସିନେ ବ୍ୟକ୍ତିତ୍ୱଙ୍କ ଫଟୋ ସ୍ଥାନିତ ହୋଇଥିଲା।
ଏହି ଫଟୋ ଫ୍ଲେକ୍ସର ତୃତୀୟ ଧାଡ଼ିରେ ସୁରେଶ ଚନ୍ଦ୍ର ବଳଙ୍କ ଫଟୋକୁ ବି ସ୍ଥାନିତ କରାଯାଇଛି। କେବଳ ସେତିକି ନୁହେଁ, ତଳେ ଲେଖାଯାଇଛି ହେ ଦେବଲୋକ ବାସିନ୍ଦା! ଆମକୁ ନୂତନ ଆଲୋକର ସନ୍ଧାନରେ ଦିଅ ଶକ୍ତି, ସାମର୍ଥ୍ୟ ଓ ମାର୍ଗଦର୍ଶନ- ଟିମ୍ ‘ଦମନ’। ଏହାକୁ ନିନ୍ଦା କରି ସୋସିଆଲ୍ ମିଡିଆରେ ପ୍ରଚାର କରିବା ପରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସିନେମାର ଅନ୍ୟତମ ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଏଥିପାଇଁ କ୍ଷମା ମାଗିବା ସହ କହିଥିଲେ, ଏଭଳି ଭୁଲ ପାଇଁ ଆମେ ଦୁଃଖିତ। ମୁଁ ‘ଦମନ’ ଟିମ୍ ତରଫରୁ କ୍ଷମା ମାଗୁଛି। ଏଥିସହ ଫ୍ଲେକ୍ସଟିକୁ ହଟାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/47-3.jpg)