ଭୁବନେଶ୍ୱର: ହର୍ ଘର୍ ତ୍ରିରଙ୍ଗା ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯୁବମୋର୍ଚ୍ଚାର ସଦସ୍ୟମାନେ ଏକ କିଲୋମିଟର ଲମ୍ବର ତ୍ରିରଙ୍ଗା ଧରି ରୂପାଲି ଛକଠାରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ। ଏହି ଅବସରରେ ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡିବ ଏବଂ ତ୍ରିରଙ୍ଗା ଆମ ଦେଶର ସ୍ୱାଭିମାନ, ଅସ୍ମିତା ଦେଶ ପ୍ରୀତିର ପରିଚୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ବାର୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ସବୁ ସ୍ଥାନରେ ତ୍ରିରଙ୍ଗା କାଯ୍ୟକ୍ରମ ଆୟୋଜନ କରୁଛନ୍ତି। ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଜେପି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଚଣ୍ଡୀ ପ୍ରସାଦ ବେହେରା, ଗଗନ ଓଝା, ଦୀପକ ବେହେରାଙ୍କ ସମେତ ଅନେକ କାର୍ଯ୍ୟକର୍ତା ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ।
ହର୍ ଘର୍ ତ୍ରିରଙ୍ଗା ଅବସରରେ ଯୁବମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା
ହର୍ ଘର୍ ତ୍ରିରଙ୍ଗା ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯୁବମୋର୍ଚ୍ଚାର ସଦସ୍ୟମାନେ ଏକ କିଲୋମିଟର ଲମ୍ବର ତ୍ରିରଙ୍ଗା ଧରି ରୂପାଲି ଛକଠାରୁ......
/sambad/media/media_files/2025/08/15/untitled-7-2025-08-15-08-24-29.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)