ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଅନ୍ତେବାସୀ, ଅଭିଯୋଗକୁ ଅଧିକାରୀଙ୍କ ଖଣ୍ଡନ

ଖଣ୍ଡଗିରି: ବିଏମ୍‌ସି ୱାର୍ଡ ନମ୍ବର ୨୩ ଅନ୍ତର୍ଗତ କଳିଙ୍ଗ ବିହାରସ୍ଥିତ ଟ୍ରାଇଡେଣ୍ଟ ଗ୍ୟାଲେକ୍ସିର ଅନ୍ତେବାସୀ ବିଶୁଦ୍ଧ ପାଣି ଟୋପେ ପାଇଁ ହଟହଟା ହେଉଛନ୍ତି। ଆପାର୍ଟମେଣ୍ଟର ବ୍ଲକ୍‌ ପି, କ୍ୟୁ, ଆର୍‌କୁ ପାଖାପାଖି ୧୫ଦିନ ହେବ ଦୂଷିତ ପାଣି ଯୋଗାଣ ହେଉଛି। ପାଣି କଳା ଦେଖାଯିବା ସହ ସେଥିରୁ ଦୁର୍ଗନ୍ଧ ବାହାରୁଛି। ତେଣୁ ଏହି ପାଣିକୁ ପିଇବା ତ ଦୂରର କଥା, ସ୍ନାନ, ଶୌଚ ଆଦି କାର୍ଯ୍ୟ‌ରେ ମଧ୍ୟ ବ୍ୟବହାର କରିବାକୁ ଲୋକେ ଉଚିତ ମଣୁନାହାନ୍ତି। ଫଳରେ ଏହି ବ୍ଲକ୍‌ଗୁଡ଼ିକରେ ରହୁଥିବା ପାଖାପାଖି ୭୦ ପରିବାର ଏବେ ଦୋକାନରୁ କିଣା ପାଣି ପିଉଛନ୍ତି। ତେବେ ଏ ସଂପର୍କରେ ଟ୍ରାଇଡେଣ୍ଟ ପ୍ରପର୍ଟି ପ୍ରାଇଭେଟ୍‌ ଲିମିଟେଡ୍‌ର ସିଓଓ କିଶନ ଶର୍ମାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଆପାର୍ଟମେଣ୍ଟକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ପାଣିର କନେକ୍ସନ୍‌ ଦିଆଯାଇନାହିଁ। ଏହା କେବଳ ଭୂତଳ ଜଳ ଦ୍ବାରା ପରିଚାଳିତ। ତେଣୁ ଏ ଅଭିଯୋଗ ମିଥ୍ୟା‌ ଓ ଭିତ୍ତିହୀନ। ୧୨୩୬ ପରିବାର ପାଇଁ ଉଦ୍ଦିଷ୍ଟ ଏହି ଆପାର୍ଟମେଣ୍ଟରେ ଏବେ ମାତ୍ର ୬୫ ପ୍ରତିଶତ ଲୋକ ରହିଛନ୍ତି। ପି, କ୍ୟୁ, ଆର୍‌ ବ୍ଲକ୍‌ରେ ଏବେ ମାତ୍ର ୫୦ ପ୍ରତିଶତ ଲୋକ ରହିଛନ୍ତି। ତେଣୁ ପାଣି ଜନିତ ସମସ୍ୟା ହେବା କଥାରେ ସତ୍ୟତା ନାହିଁ। ୧୫ ଦିନ ତଳେ ସମସ୍ୟା ଦେଖା ଦେଇଥିଲା। କିନ୍ତୁ ଏବେ ନାହିଁ।

ସମ୍ବନ୍ଧିତ ଖବର