ଭୁବନେଶ୍ବର: ଟ୍ରାଇଡେଣ୍ଟ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ ଦ୍ବାରା ‘ଟ୍ରାଇଡେଣ୍ଟ ଟ୍ରାକ୍-୨୦୨୨’ର ଏକ ‘ଏଚ୍ଆର୍ କନକ୍ଲେଭ’ ଅନୁଷ୍ଠିତ ହୋଇଯାଇଛି। ଏହାର ପ୍ରଥମ ଅଧିବେଶନରେ ଅତିଥିଭାବେ ସ୍ପାର୍କର ନିର୍ଦ୍ଦେଶକ ଶୁଭଦର୍ଶୀ ମିଶ୍ର, ‘ଆଇ ସର୍ଭ ୟୁ’ର ଭୁବନେଶ୍ବର ମୁଖ୍ୟ ବୈଷୟିକ ଅଧିକାରୀ ସଞ୍ଜୀବ ପରିଡ଼ା, ‘ଟ୍ୟାଲେଣ୍ଟ ଡେଭଲପମେଣ୍ଟ’ ଟିସିଏସ୍ର ଭୁବନେଶ୍ବର ମୁଖ୍ୟ ଅବିନାଶ ସାମଲ ଓ କ୍ୟାପ୍ଜିମିନିର ମାନବ ସମ୍ବଳ ସିନିୟର ମ୍ୟାନେଜର ହିଦାୟତୁଲା ବେଗ୍ ଯୋଗଦେଇ ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷା ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ଜ୍ଞାନ କୌଶଳ ମଧ୍ୟରେ ଥିବା ଦୂରତ୍ବ ବିଷୟରେ ମତ ପ୍ରକାଶ କରିଥିଲେ।
ସେହିପରି ୨ୟ ଅଧିବେଶନରେ ‘ଟ୍ରାଇଡେଣ୍ଟ ଏକାଡେମି ଅଫ୍ ଟେକ୍ନୋଲୋଜି ସ୍କୁଲ୍ ଅଫ୍ କମ୍ପ୍ୟୁଟିଙ୍ଗ୍’ର ଡିନ୍ ଅଭୟ କୁମାର ସାମଲ, ଓଡିଟେକ୍ ସଲ୍ୟୁସନର ବରିଷ୍ଠ ମ୍ୟାନେଜର ଲିପ୍ସା ମହାନ୍ତି, ଡିଜିଟ୍ ଇନ୍ସ୍ୟୁରାନ୍ସର ବରିଷ୍ଠ ଯୁଗ୍ମ ମ୍ୟାନେଜର ସ୍ବାଗତ ମହାନ୍ତି, ଷ୍ଟ୍ରାଟେଜିଷ୍ଟ ଆଣ୍ଡ ରିସୋର୍ସ ମ୍ୟାନେଜ୍ମେଣ୍ଟର ଅର୍ପିତା ଗୁପ୍ତା ଯୋଗଦେଇ ଇଣ୍ଡଷ୍ଟ୍ରିଆଲ ଇଣ୍ଟର୍ଣ୍ଣସିପ୍ ଏବଂ ପ୍ରି ପ୍ଲେସ୍ମେଣ୍ଟ ଟ୍ରେନିଙ୍ଗକୁ ନେଇ ମତ ରଖିଥିଲେ। କାର୍ଯ୍ୟକ୍ରମରେ ଶକୁନ୍ତଳା ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ‘ଟି ଆଣ୍ଡ ପି’ର ନିର୍ଦ୍ଦେଶକ ଏନ୍ଜି ଦାସ ଧନ୍ୟବାଦ ଦେଇଥିଲେ। ଅଧ୍ୟକ୍ଷ ଡିଏନ ପଟ୍ଟନାୟକ ଉପସ୍ଥିତ ଥିଲେ।