ୟୁନିଟ୍-୮ ବାଳକ ଉଚ୍ଚ ବିଦ୍ୟାଳୟରେ ତାଲିମ ଶିବିର

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ଆକ୍ସନଏଡ-ୟୁନିସେଫର ମିଳିତ ଆନୁକୁଲ୍ୟରେ ୟୁନିଟ୍-୮ ବାଳକ ଉଚ୍ଚ ବିଦ୍ୟାଳୟରେ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ଡ୍ରପ ଆଉଟ ପିଲାମାନଙ୍କୁ କିପରି ପୁଣି ଥରେ ବିଦ୍ୟାଳୟକୁ ଫେରେଇ ଆଣିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ।

୫ ଜଣ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ୪୫ ଜଣ ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷକ ଏବଂ ପରାମର୍ଶଦାତା ଯୋଗ ଦେଇଥିଲେ। ବାଲ୍ୟ ବିବାହ, ଶିଶୁ ଶ୍ରମିକ ତଥା ଶିଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ବର୍କରେ ଆଲୋଚନା କରାଯାଇ ଆଗାମୀ ୨ ମାସ ଭିତରେ କ’ଣ ପଦକ୍ଷେପ ନିଆଯାଇ ପାରିବ ତା’ର ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିଲା। ଭ୍ରାମ୍ୟମାଣ ସଚେତନତା ଗାଡ଼ି, ପଥପ୍ରାନ୍ତ ନାଟକ ମାଧ୍ୟମରେ ଶିଶୁ ସୁରକ୍ଷା ତଥା ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ସମସ୍ତେ ମିଶି କାମ କରିବା ଆବଶ୍ୟକ ବୋଲି ଅତିଥିମାନେ ମତ ଦେଇଥିଲେ। ଆକ୍ସନ ଏଡ୍‌ର ଖୋର୍ଦ୍ଧା ଜିଲ୍ଲା ସଂଯୋଜିକା ସ୍ୱାତୀତନ୍ମୟା ମିଶ୍ର ତାଲିମ ଶିବିରକୁ ପରିଚାଳନା ଓ ମମିତା ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର