ଟ୍ରିପଲ୍‌ ଆଇଇର ହୀରକ ଜୟନ୍ତୀ ଖୁବ୍‌ଶୀଘ୍ର ବିଶ୍ୱରେ ଚତୁର୍ଥ ଶିଳ୍ପ ବିପ୍ଳବ

ଖଣ୍ତଗିରି: ଖୁବ୍‌ ଶୀଘ୍ର ବିଶ୍ବ ଚତୁର୍ଥ ଶିଳ୍ପ ବିପ୍ଳବ ଦେଖିବାକୁ ଯାଉଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ସହିତ ବୈଷୟିକ ଜ୍ଞାନ କୌଶଳ ଯେଉଁ ଭଳି ଦ୍ରୁତବେଗରେ ପ୍ରଗତି କରି ଚାଲିଛି, ୪ର୍ଥ ଶିଳ୍ପ ବିପ୍ଳବ ଆଉ ବେଶି ଦୂର ନୁହେଁ। ତେଣୁ ଏଣିକି ପାଠ୍ୟକ୍ରମକୁ ହିଁ ତଦନୁଯାୟୀ ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରଚଳିତ ଶିକ୍ଷାନୀତିରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯେଉଁ ଦେଶ ୪ର୍ଥ ଶିଳ୍ପ ବିପ୍ଳବକୁ ଦୃଷ୍ଟିରେ ରଖି ନିଜ ଶିକ୍ଷାନୀତିକୁ ପରିବର୍ତ୍ତନ କରିବ, ସେ ଦେଶ ବିଶ୍ବ ଦରବାରରେ ଅନ୍ୟମାନଙ୍କ ସହ ସେତିକି ସମକକ୍ଷ ହୋଇପାରିବ। ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ଡିମ୍‌ଡ ଟୁ ବି ୟୁନିଭର‌୍‌ସିଟି)ରେ ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ୍‌ ଇଜିନିୟରି˚(ଟ୍ରିପ୍‌ଲ ଆଇ ଇ)ର ହୀରକ ଜୟନ୍ତୀ ଉତ୍ସବ ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥି ରିପବ୍ଲିକ ମରିସସ୍‌ର ପୂର୍ବତନ ରାଷ୍ଟ୍ରପତି ରାଜକି‌ଶୋର ପରାଗ ଏହା କହିଛନ୍ତି। ଏହି ଅବସରରେ ରୋଲ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ୍‌ ଇ˚ଜିନିୟରି˚ ୪.୦ ପାରାଡାଇମ୍‌ ଶୀର୍ଷକ ଏକ ଅନ୍ତର୍ଜାତୀୟ ସମ୍ମିଳନୀକୁ ମଧୢ ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ଆମେରିକା ସିନ୍‌ସିନାଟି ବିଶ୍ବବିଦ୍ୟାଳୟର ପ୍ରଫେସର ଜେ ଲିଙ୍କଙ୍କୁ ସମ୍ବର୍ଧିତ କରାଯାଇଥିଲା। ଟ୍ରିପ୍‌ଲ ଆଇ ଇ ଚାପ୍ଟର ପ୍ରଫେସର ଆର‌୍‌ ପି ମହାନ୍ତିଙ୍କୁ ଲାଇଫ ଟାଇମ୍‌ ଆଚିଭ୍‌ମେଣ୍ଟ ଆଵାର୍ଡ ପ୍ରଦାନ କରାଯାଇଥିଲା। ଉତ୍ସବରେ ସୋଆର କୁଳାଧିପତି ପ୍ରଫେସର ଖଗେଶ୍ବର ପ୍ରଧାନ, ଟ୍ରିପ୍‌ଲ୍‌ ଆଇ ଇର ଜାତୀୟ କାଉନ୍‌ସିଲ୍‌ ଅଧୢକ୍ଷ ଡି ଭଗ୍‌ତ, ଡିଜି ଭାସ୍କର ଭଣ୍ତାରକର ଓ ଓଡ଼ିଶା ମହା ଡାକପାଳ(ପିଏମ୍‌ଜି) ଡ. ଏସ୍‌କେ କାମିଲା ପ୍ରମୁଖ ଉପସ୍ଥିତ ଥିଲେ। ସୋଆର ପ୍ରତିଷ୍ଠାତା ମନୋଜ ନାୟକ ଓ ନାଲ୍‌କୋ ସିଏମ୍‌ଡି ଟିକେ ଚାନ୍ଦଙ୍କୁ ବିଏମ୍‌ ଭଣ୍ଡାରକର ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର