ଗୋବର୍ଦ୍ଧନ ତ୍ରିପାଠୀଙ୍କ ପରଲୋକ

ଭୁବନେଶ୍ୱର: ଗଲା ସୋମବାର ପ୍ରାତଃ ସମୟରେ ଭୁବନେଶ୍ୱର ରତ୍ନାକରବାଗର ବିଶିଷ୍ଟ ନାଗରିକ ଗୋବର୍ଦ୍ଧନ ତ୍ରିପାଠୀଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ସମୟକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ତ୍ରିପାଠୀ ତାଙ୍କର ଦୀର୍ଘ କର୍ମମୟ ଜୀବନ କାଳରେ ଓଡ଼ିଶା ପ୍ରଶାସନିକ ସେବାର ଜଣେ ସୁଦକ୍ଷ ସଦସ୍ୟ ଭାବରେ ବିଭିନ୍ନ ପଦପଦବିରେ ରହି ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରି ସୁନାମ ଅର୍ଜନ କରିଥିଲେ। ବିଶେଷକରି ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ଓ ଅନୁଭୂତି ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଅବସର ଗ୍ରହଣ ପରେ ସେ ସ୍ଥାନୀୟ ଅଞ୍ଚଳର ସାମାଜିକ ଜୀବନର ଏକ ବିଶେଷ ଅଙ୍ଗରେ ପରିଣତ ହୋଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର ରମାକାନ୍ତ, ପୁତ୍ରବଧୂ କଲ୍ୟାଣୀ, କନ୍ୟା ସନ୍ଧ୍ୟା ଓ ଜାମାତା ପ୍ରଭାତ ଉପସ୍ଥିତ ଥିଲେ। ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ତ୍ରିପାଠୀଙ୍କ ସହିତ ପରିଚୟ ଥିବା ଅବସରପ୍ରାପ୍ତ ପ୍ରଶାସକ, ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଏବଂ ସ୍ଥାନୀୟ କର୍ପୋରେଟର ପୁଷ୍ପା ଦାସ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର