ବାଲିପାଟଣା: ବାଲିପାଟଣା ବ୍ଲକ ତ୍ରିବେଣୀଶ୍ବର ମହାଦେବଙ୍କ ପୀଠରେ ଆମ ସଂଗଠନ ଓ ତ୍ରିବେଣୀ ଲାୟନ୍ସ କ୍ଲବ ଆନୁକୂଲ୍ୟରେ ତ୍ରିବେଣୀ ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହାକୁ ଉଦ୍ଘାଟନ କରିଥିଲେ। ଶାରଳା ଘଟ ନୃତ୍ୟ ଗ୍ରୁପ୍ର ନୃତ୍ୟ ପରିବେଷଣରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସଂଧ୍ୟା। ପରେ ପରେ ରଙ୍ଗିଲା ଡ୍ୟାନ୍ସ୍ ଗ୍ରୁପ୍ର କଳାକାରମାନଙ୍କ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା। ସେହିପରି କଣ୍ଠଶିଳ୍ପୀ ସ୍ନେହାଳୀ ପ୍ରିୟଦର୍ଶିନୀଙ୍କ ଗୀତ ଦର୍ଶକଙ୍କୁ ଅଭିଭୂତ କରିଥିଲା। ସିନେ ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ହାସ୍ୟ ଅଭିନେତା ପପୁ ପମ୍ପମ୍ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲେ। ପପୁଙ୍କ କମେଡିରେ ଦର୍ଶକେ ହସି ହସି ବେଦମ୍ ହୋଇଥିଲେ। ତ୍ରିବେଣୀ ମହୋତ୍ସବର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସ୍ବାଇଁ ସ୍ବାଗତ ଭାଷଣ ରଖିଥିଲେ। ସଂଗଠନର ସଭାପତି କମଳ କୁମାର ପାତ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦ୍ୟୁମ୍ନ ସେନାପତି, କିଶୋର ଜେନା, ବିନେଶ ନାୟକ, ରମେଶ ଚନ୍ଦ୍ର ସାହାଣୀ, ବାସୁଦେବ ପାଳଙ୍କ ସହିତ ସଂଗଠନର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋରଂଜନ ଉପଭୋଗ କରିଥିଲେ।
ତ୍ରିବେଣୀ ମହୋତ୍ସବ ଉଦ୍ଘାଟିତ, ହସେଇ ବେଦମ୍ କଲେ ପପୁ ପମ୍ପମ୍
/sambad/media/post_attachments/wp-content/uploads/2020/01/sh54sdfh987sf98h4fsh5f64f4sh65sf4h6sfhsfhhhhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)