ଟ୍ରକ୍‌ ଧକ୍କାରେ ୩ ମଇଁଷି ମୃତ, ୨ ଗୁରୁତର

ଧଉଳି: ଧଉଳି ଥାନା ଅନ୍ତର୍ଗତ ପୁରୀ –ଭୁବନେଶ୍ବର ବାଇପାସ୍‌ ଜାତୀୟ ରାଜପଥର ଦଶହରା ପଡ଼ିଆ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ଦ୍ରୁତଗାମୀ ଟ୍ରକ୍‌ ରାସ୍ତା ପାର ହେଉଥିବା ମଇଁଷି ଗୋଠକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଟି ମଇଁଷିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଦୁଇଟି ଗୁରୁତର ଭାବେ ଆହତ ହୋଇଛନ୍ତି। ଜାତୀୟ ରାଜପଥ ଉପରେ ଦୁଘର୍ଟଣା ଘଟିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ମଇଁଷିପାଳକମାନେ ଫେରାର ହୋଇଯାଇଛନ୍ତି। ମୃତାହତ ମଇଁଷିଗୁଡ଼ିକ ଦୀର୍ଘ ସମୟ ଧରି ରାସ୍ତାରେ ପଡ଼ି ରହିବା ଦ୍ବାରା ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଖବରପାଇ ଧଉଳି, ଶ୍ରୀଲିଙ୍ଗରାଜ ଓ ବଡ଼ଗଡ଼ ଥାନା ପୁଲିସ ସେଠାରେ ପହଞ୍ଚି ମୃତ ମଇଁଷିଗୁଡ଼ିକୁ ରାସ୍ତା ଉପରୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଦୁର୍ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସକଙ୍କ ସମେତ ରାଷ୍ଟ୍ରଶକ୍ତିର ପ୍ରମୁଖ ରାଜେସ ପୃଷ୍ଟିଙ୍କ ତତ୍ତ୍ବାବଧାନରେ ଭବାନୀ ମଲ୍ଲିଆ, ସୁଜିତ କର, ଅମିତ ମିଶ୍ର, ସୋମନାଥ ପ୍ରଧାନ ଓ ଗୋପୀନାଥ ସିଂହ ପହଞ୍ଚି ଆହତ ମଇଁଷିଙ୍କ ଚିକିତ୍ସା କରାଇଥିଲେ। ପୁଲିସ ସୂଚନାନୁଯାୟୀ ଦୁଘର୍ଟଣା ଘଟାଇ ଟ୍ରକ୍‌ଟି ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର