ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତିଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣାରେ ୧୫ଜଣ ପ୍ରବାସୀ ଓଡ଼ିଆ ଅଳ୍ପକେ ବର୍ତି ଯାଇଛନ୍ତି। ଏକ ଟ୍ରକରେ ବସି ସେମାନେ ଆସୁଥିବା ବେଳେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ଟ୍ରକଟି ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଯାଉଥିଲା। ଏହି ଗାଡ଼ିରେ ପ୍ରବାସୀ ଓଡ଼ିଆ ମାନେ ବାଲେଶ୍ୱର ଯାଉଥିଲେ। ଫ୍ଲାଏ ଓଭର ଉପରେ ଏକ କାର ଟ୍ରକ ଆଗକୁ ଆସି ଯାଇଥିଲା। ଫଳରେ କାର ପଛରୁ ଟ୍ରକ ଧକ୍କା ଦେଇଥିଲା। ତେବେ କାରରେ ଥିବା ଦୁଇଜଣ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଥାନାରେ ଏନେଇ ମାମଲା ହୋଇନାହିଁ।

ସମ୍ବନ୍ଧିତ ଖବର