ଭୁବନେଶ୍ବର : ବୁଧବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ରସୁଲଗଡ଼ ଓଭରବ୍ରିଜ୍ରେ ଏକ ଟ୍ରକ୍ ପଛରେ ଅନ୍ୟ ଟ୍ରକ୍ ପିଟି ହୋଇଯିବାରୁ ପଛ ଟ୍ରକ୍ର ଚାଳକ ଓ ହେଲପର୍ ଗୁରୁତର ହୋଇଛନ୍ତି। ହେଲପର୍ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ଚାଳକ ପ୍ରାୟ ଅଧଘଣ୍ଟା କାଳ ଚାପି ହୋଇ ରହିଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଚାଳକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେମାନଙ୍କ ପରିଚୟ ମିଳିପାରିନାହିଁ। ମଞ୍ଚେଶ୍ବର ଥାନା ପୁଲିସ ଗାଡ଼ି ମାଲିକଙ୍କ ସହ ଯୋଗାଯୋଗ କରିଛି। ଏହି ଦୁଇ ଟ୍ରକ୍ କଟକରୁ ଭୁବନେଶ୍ବର ଦିଗରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି।
ଟ୍ରକ୍ ପଛରେ ଟ୍ରକ୍ ପିଟିଲା, ଅଧଘଣ୍ଟା ଚାପି ହୋଇ ରହିଲେ ଚାଳକ
/sambad/media/post_attachments/wp-content/uploads/2021/12/accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)