ଖଣ୍ଡଗିରି: ମଙ୍ଗଳବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବସ୍ ହେଲ୍ପରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୀ ଜିଲ୍ଲା କଣାସ ଥାନା ବିଜିପୁରର ସାଗର ସ୍ୱାଇଁଙ୍କ ପୁଅ କାଳିଆ(୩୫)। ଯାଁଳା ଫାଣ୍ଡି ପୁଲିସ ମୃତଦେହକୁ ଆଜି ବ୍ୟବଚ୍ଛେଦ କରାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
ସୂଚନାନୁସାରେ ଗତକାଲି ଯାଁଳାସ୍ଥିତ ଏକ କଲ୍ୟାଣ ମଣ୍ଡପରେ ହେଉଥିବା ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବରଯାତ୍ରୀମାନେ ଏକ ବସ୍(ଓଆର୦୨ ଏକ୍ସ-୨୦୧୦)ରେ ଆସିଥିଲେ। ବରଯାତ୍ରୀମାନେ ଶୋଭାଯାତ୍ରାରେ ଯାଉଥିବାବେଳେ ବସ୍କୁ ରାଜପଥ କଡ଼ରେ ରଖି ଡ୍ରାଇଭର୍ ଓ ହେଲ୍ପର କାଳିଆ ତା’ ଭିତରେ ଅପେକ୍ଷା କରିଥିଲେ। ଏତିକିବେଳେ ଭୁବନେଶ୍ୱରରୁ ଖୋର୍ଧା ଦିଗରେ ଯାଉଥିବା ଏକ ଟ୍ରକ୍(ଟିଏନ୍-୩୪-ଡବ୍ଲ୍ୟୁ-୨୫୩୫) ବସ୍ ପଛରେ ପିଟି ହୋଇ ଯାଇଥିଲା। ଫଳରେ ବସ୍ଟି ରାଜପଥ ତଳକୁ ଗଡ଼ି ଯାଇଥିଲା। ବସ୍ଟି ଏକ ବଡ଼ ପାଣି ଭର୍ତି ଖାଲ ଭିତରକୁ ଓଲଟିବାକୁ ଯାଉଥିବା ଦେଖି କାଳିଆ ଓ ବସ୍ ଡ୍ରାଇଭର୍ ଗାଡ଼ି ଭିତରୁ ବାହାରକୁ ଡେଇଁ ପଡ଼ିଥିଲେ। ମାତ୍ର ବସ୍ଟି କାଳିଆ ଉପରେ ପଡ଼ିଥିଲା। ସେ ବସ୍ ତଳେ ପାଣି କାଦୁଅରେ ଚାପି ହୋଇ ରହି ଯାଇଥିଲେ। କିନ୍ତୁ ଡ୍ରାଇଭର୍ ବର୍ତି ଯାଇଥିଲେ ଓ ଭୟରେ ଘଟଣାସ୍ଥଳରୁ ପଳାଇଥିଲେ। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ଡ୍ରାଇଭର ଓ ହେଲ୍ପର କାଳେ ଚାପି ହୋଇ ରହିଥିବା ସନ୍ଦେହ ହେବାରୁ ପୁଲିସ ସଙ୍ଗେ ସଙ୍ଗେ କ୍ରେନ୍ ମଗାଇ ବସ୍କୁ ଖାଲରୁ ବାହାର କରିଥିଲା। ମାତ୍ର ପଙ୍କ,ପାଣି ଓ ଘାସ ଭିତରେ କାଳିଆଙ୍କ ମୃତଦେହ ବାହାରକୁ ଜଣାପଡ଼ି ନଥିଲା। ପରେ ଡ୍ରାଇଭର୍ର ସୂଚନା ଆଧାରରେ ବସ୍ ମାଲିକ ପୁଲିସକୁ ସତ କହିବା ପରେ କାଳିଆର ମୃତଦେହକୁ ଖୋଜି ବାହାର କରାଯାଇଥିଲା।
ଟ୍ରକ୍ ଧକ୍କାରେ ଓଲଟିଲା ବସ୍, ହେଲ୍ପର୍ ମୃତ
/sambad/media/post_attachments/wp-content/uploads/2018/05/Deadbody-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)