ବାରଙ୍ଗ: ବାରଙ୍ଗ ଥାନା ଅନ୍ତର୍ଗତ ଶଣ୍ଡପୁର ଗ୍ରାମ ନିକଟ ହମ୍ପସ୍ ନିକଟରେ ଗତକାଲି ରାତିରେ ଏକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ଢେଙ୍କାନାଳ ଥାନା ଅଧୀନ କଣ୍ଟାବଣିଆ ଗ୍ରାମର ବଳଭଦ୍ର ଅମାନ୍ତ (୨୮)। ମିଳିଥିବା ସୂଚନା ଅନୁଯାୟୀ, ବଳଭଦ୍ର ଗତ ଶନିବାର ରାତିରେ ତାଙ୍କର ଜଣେ ବନ୍ଧୁଙ୍କ ବାଇକ୍ ପଛରେ ବସି ଢେଙ୍କାନାଳରୁ ପୁରୀ ଯାଉଥିଲେ। ସେମାନେ ଶଣ୍ଡପୁର ଗ୍ରାମ ନିକଟ ହମ୍ପସ୍ ପାର୍ ହେଉଥିବା ବେଳେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ବଳଭଦ୍ର ବାଇକ୍ରୁ ଛିଟିକି ତଳେ ପଡ଼ିଯିବାରୁ ଟ୍ରକ୍ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ଟି ସେଠାରୁ ଫେରାର୍ ହୋଇଯାଇଥିଲା। ବାରଙ୍ଗ ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଟ୍ରକ୍ ଚାପାରେ ଯୁବକ ମୃତ
/sambad/media/post_attachments/wp-content/uploads/2018/05/Accident_Sambad-Graphic-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)