ଭୁବନେଶ୍ୱର : ଏକ ବାଉଁଶ ବୋଝେଇ ଟ୍ରକ (ଓଆର-୦୧-ସି-୮୮୮୧) ରାମ ମନ୍ଦିର ଛକରୁ ହାଉସିଂବୋର୍ଡ ଛକ ଆଡ଼କୁ ଯାଉଥିଲା। ଏକାମ୍ର ହାଟ ସମ୍ମୁଖରେ ଟ୍ରକଟି ଯାଉଥିବା ବେଳେ ରାସ୍ତାରେ ଥିବା ମ୍ୟାନ୍ହୋଲ୍ ଦବିଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା।ତେବେ ସୌଭାଗ୍ୟରୁ ଚାଳକ କିମ୍ବା ରାସ୍ତାରେ ଯାଉଥିବା କୌଣସି ପଥଚାରୀଙ୍କ କିଛି କ୍ଷୟକ୍ଷତି ଘଟି ନଥିଲା। ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଲରେ ପହଞ୍ଚି ଟ୍ରକ୍ଟିକୁ ଜବତ କରି ଥାନାକୁ ଆଣିଥିଲା। ପରବର୍ତୀ ସମୟରେ ଟ୍ରକ୍ଟିକୁ ଛଡ଼ା ଯାଇଥିଲା।
ମ୍ୟାନହୋଲ୍ରେ ଦବିଲା ବାଉଁଶ ବୋଝେଇ ଟ୍ରକ
/sambad/media/post_attachments/wp-content/uploads/2017/11/truck.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)